ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ’ହାଉସଫୁଲ୍-୫’ର ଟ୍ରେଲର
1 min read
ନନ୍ଦିଘୋଷ ବ୍ୟୁରୋ: ହାଇସଫୁଲ୍, ଫୁଲ୍ ମନୋରଞ୍ଜନ ଦେଇଥିବା ଚଳଚିତ୍ର । ଦର୍ଶକେ ଏହାର ପୂର୍ବ ସିନେତା ଗୁଡ଼ିକୁ ବେଶ ଭଲ ପାଇବା ଦେଇଥିବାବେଳେ ପଞ୍ଚମ ଭାଗ ଆସିବାକୁ ଯାଉଛି । ତେବେ ମଙ୍ଗଳବାର ହାଉସଫୁଲ-୫ର ଟ୍ରେଲର ସାମ୍ନାକୁ ଆସିଛି । ଯେଉଁଥିରେ କଳାକାରଙ୍କ ଦମଦାର ଅଭିନୟ ନଜର ଆସିଛି । ତେବେ ଏହି ଫିଲ୍ମଟି ମଧ୍ୟ ହିଟ୍ ହେବ ବୋଲି ଟ୍ରେଲର ଦେଖି ରିଭ୍ୟୁ ଦେବା ଆରମ୍ଭ କଲେଣି ଦର୍ଶକେ ।
ଟ୍ରେଲରରୁ ଜଣା ପଡ଼ୁଛି କି, କାହାକୁ ହତ୍ୟା କରାଯାଇଛି । ଆଉ ସମ୍ପୂର୍ଣ୍ଣ ଫିଲ୍ମରେ କେବଳ କମେଡି ଭରି ରହିଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ଅଭିଶେକ ବଚ୍ଚନ, ଚଙ୍କି ପାଣ୍ଡେ, ସଞ୍ଜୟ ଦତ୍ତ, ଜ୍ୟାକି ସ୍ରଫ, ନାନା ପାଟେକର, ରିତେଶ ଦେଶମୁଖ, ଜନି ଲଭର, ଜ୍ୟାକଲିନ୍ ଫଣ୍ଣାଣ୍ଟିସ୍ ପ୍ରମୁଖ ନଜର ଆସିଛନ୍ତି । ବେଶ ସିକ୍ବେନ୍ସ ଭରା ଏହି ଫିଲ୍ମରେ ରିତେଶ, ଅକ୍ଷୟ ଏବଂ ଅଭିଶେକଙ୍କ ନାମ ଜଲି ରହିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ସେପଟେ ନାନା ପାଟେକର ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି । ପୋଲିସ ଭୂମିକାରେ ନଜର ଆସିଛନ୍ତି ସଞ୍ଜୟ ଦତ୍ତ ଏବଂ ଜ୍ୟାକି ।