ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ, ଭଙ୍ଗା ଚାଳ ଘରେ ବିତୁଛି ଜୀବନ

ସାଲେପୁର: ଗରିବ ହିତାଧିକାରୀଙ୍କ ପାଇଁ ରହିଛି ଅନେକ ସରକାରୀ ଯୋଜନା । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳେ ଯୋଗୁଁ ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ପଞ୍ଚାୟତରୁ ବ୍ଲକ ଦୌଡି ଦୌଡି ନୟାନ୍ତ ହେବା ପରେ ବି ମିଳିନି ଖଣ୍ଡିଏ ଘର । ବାଧ୍ୟ ହୋଇ ଭଙ୍ଗା ଚାଳ ଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ ।

ଦେଖନ୍ତୁ ଏହି ଘରଟିକୁ । ବାଉଁଶ ଓ ମାଟିର କାନ୍ଥ ଉପରେ ଚାଳ ଛପର । ସାମାନ୍ୟ ପବନରେ ସତେଯେମିତି ଉଡ଼ିଯିବ । ଚାଳରେ ସ୍ଥାନେ ସ୍ଥାନେ କଣା । ଏହି ଘରେ ରୁହନ୍ତି ନାରାୟଣ ଜେନାଙ୍କ ୪ ଜଣ ସଦସ୍ୟ । ଗାଁ କୁ ସ୍ୱଚ୍ଛ ଓ ବାହ୍ୟ ମଳମୁତ୍ର ଘୋଷଣା କରି ପ୍ରଶାସନ ମାରିଛି ବୋର୍ଡ । ହେଲେ ଗରୀବ ହିତାଧିକାରୀଙ୍କୁ କିନ୍ତୁ ମିଳୁନି ଅଧିକାର । ଘର ଖଣ୍ଡିଏ ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ଗରୀବ ନାରାୟଣଙ୍କ କଥା କାହାରି କାନରେ ବାଜୁନି ।

ଇଏ ହେଉଛି କଟକ ଜିଲ୍ଲା ସାଲେପୁର ପାଟଣା ଗାଁର ଦୃଶ୍ୟ । ଦିନମଜୁରିଆ ନାରାୟଣ ବଡ଼ କଷ୍ଟରେ ନିଜ ପରିବାର ଚଳାନ୍ତି । ପୁଅ ଝିଅ କାମ ନପାଇ ଘରେ ବସିଛନ୍ତି । ଘର ଖଣ୍ଡିଏ କରିବାକୁ ସମ୍ବଳ ନଥିବାରୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକଥର ଆବେଦନ କରିଛନ୍ତି । ଏନେଇ ସରପଞ୍ଚ ବି କ୍ୟାମେରା ଆଗରେ କିଛି କହିବାକୁ ନାରାଜ ।

ଗରିବଙ୍କ ପାଇଁ ରହିଛି ଅନେକ ସରକାରୀ ଯୋଜନା । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଏହା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ ।

Leave a Reply