ଟୋକନ୍‌ ବ୍ୟବସ୍ଥାକୁ ନେଇ ଗୃହ ଅଚଳ

1 min read

ଭୁବନେଶ୍ୱର: ଆଜି ଗୃହ ଆରମ୍ଭ ହେବା ମାତ୍ରେ, ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ହୋହଲ୍ଲା କରିଥିଲା କଂଗ୍ରେସ । ଦଳୀୟ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ପ୍ରଶ୍ନଉତ୍ତର କାଳ ବାତିଲ୍ ଦାବି କରି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ଦେଇଥିବା ମୁଲତବୀ ପ୍ରସ୍ତାବକୁ କାହିଁକି ଅଗ୍ରାହ୍ୟ କରାଯାଇଥିଲା ବୋଲି ଦଳ ପ୍ରଶ୍ନ କଲା । ସ୍ମିତାରାଣୀ ପ୍ରସଙ୍ଗରେ କହିବାର ସୁଯୋଗ ପାଇନଥିବା ଅଭିଯୋଗରେ ଗୃହ କାର୍ଯ୍ୟରୁ ନିବୃତ ରହିଥିବା ବିଜେପି ମଧ୍ୟ କଂଗ୍ରେସକୁ ସମର୍ଥନ ଜଣାଇଛି । ସେପଟେ ଟୋକନ ବ୍ୟବସ୍ଥାକୁ ସ୍ବଚ୍ଛ ପଦ୍ଧତି ଭାବେ ବର୍ଣ୍ଣନା କରିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ।

ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରିଛି କଂଗ୍ରେସ । ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରି ନ ହେବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବା ସହ ଆଲୋଚନା ଦାବି କରିଥିଲା ଦଳ । ମଣ୍ଡିରେ ଧାନ ପଡି ରହିଛି । ହେଲେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଦଳ ଅଭିଯୋଗ କରିଛି । ଏପରିକି ଚାଷୀଙ୍କୁ ଟୋକନ ମିଳିନଥିବା ସତ୍ତ୍ୱେ, ଅନଲାଇନରେ କଣ ପଞ୍ଚିକରଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେପଟେ ରାଜ୍ୟ ସରକାର ପଞ୍ଜାବ ମଡେଲକୁ ଅନୁସରଣ କରୁଥିବା କଟାକ୍ଷ କରିଛି ବିଜେପି । ହେଲେ ଉନ୍ନତମାନର ମଣ୍ଡି ବ୍ୟବସ୍ଥାଥିବା ରାଜ୍ୟକୁ ଅନୁସରଣ କରିବା ବିରୋଧରେ ବର୍ଷିଛି ଦଳ ।

ଅପରପକ୍ଷରେ ୧୨ ଲକ୍ଷ ଚାଷୀଙ୍କୁ ଅନଲାଇନ୍ ପଞ୍ଜିକୃତ କରାଯାଇଥିବା ତଥ୍ୟ ଦେଇଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ । ଆଧାର ଲିଙ୍କ ହୋଇଥିବାରୁ ଟେକାନ ବ୍ୟବସ୍ଥା ସ୍ୱଚ୍ଛ ଓ ନିର୍ମାଣ ପଦ୍ଧତି ଯେଉଁଥିରୁ ପ୍ରକୃତ ଚାଷୀ ଉପକୃତ ହେବେ ବୋଲି ସେ ଦାବି କରିଛନ୍ତି ।

ଆରମ୍ଭରୁ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ହେଲେ ଶୂନ୍ୟ କାଳରେ କଂଗ୍ରେସ ଦେଇଥିବା ପ୍ରସଙ୍ଗରେ ବିଚାର କରିବା କଥା ମଧ୍ୟ ବାଚସ୍ପତି ଘୋଷଣା କରିଥିଲେ । ଯାହାକୁ ଦଳ ମାନି ନଥିଲା । ')}

Leave a Reply