ଭୁବନେଶ୍ୱର: ବାତିଲ ହେଲା ରାଜଧାନୀ ଭୁବନେଶ୍ୱରର ସାଉଥ ସିଟି ହୋଟେଲର ବାର ଲାଇସେନ୍ସ । ଅବକାରୀ କମିଶନରଙ୍କୁ ଚିଠି ଲେଖିଲେ ଅବକାରୀ ବିଭାଗ ଅଣ୍ଡର ସେକ୍ରେଟାରୀ ମୁରଲୀଧର ଜେନା । ପଦ୍ମାବତୀ ଜେନାଙ୍କ ନାମରେ ଥିବା ଲାଇସେନ୍ସକୁ ବାତିଲ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ବହୁ ଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡ ମାମଲାରେ ଚର୍ଚ୍ଚାକୁ ଆସିଥିଲା ହୋଟେଲ ସାଉଥ ସିଟି ।

କରୋନା କଟକଣା ସମୟରେ ଆଇନ ଉଲଂଘନ କରି ବାର ଚାଲୁଥିବା ଚିତ୍ର ସମ୍ନାକୁ ଆସିଥିଲା । ହତ୍ୟାକାଣ୍ଡ ପୂର୍ବରୁ ମନୀଷ ଏହି ବାରରେ ସାଙ୍ଗ ମାନଙ୍କ ସହ ମଦ ପିଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ହିଁ ମନୀଷଙ୍କୁ ସାଙ୍ଗ ମାନେ ହତ୍ୟା କରିଥିଲେ । ଏପଟେ ଅବକାରୀ ବିଭାଗର ସବ୍‌ ଇନ୍ସପେକ୍ଟର ନାରାୟଣ ଜେନାଙ୍କୁ କନ୍ଧମାଳ ବଦଳି କରାଯାଇଛି । ସାଉଥ ସିଟି ହୋଟେଲରେ ଅନିୟମିତତା ନେଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ନାରାୟଣ ଜେନା ।

Leave a Reply