କମ ଉପସ୍ଥାନ କାରଣରୁ ଆତ୍ମହତ୍ୟା କଲେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର

ବେଙ୍ଗାଲୁରୁ: କମ ଉପସ୍ଥାନ କାରଣରୁ ଝୁଲିପଡିଲେ ୨୨ ବର୍ଷୀୟ ଛାତ୍ର  । କମ ଉପସ୍ଥାନ କାରଣରୁ କଲେଜରୁ ନିଲମ୍ବିତ ହୋଇଥିଲେ ଛାତ୍ର  । ଏହାପରେ ସେ ଆତ୍ମହତ୍ୟା କରିଥିଲେ  । ମୃତ ଛାତ୍ର ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ହୋଇଥିବା ଜଣାପଡିଛି  । ସେ ହୋଟେଲ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷର ଛାତ୍ର ଥିଲେ  । ତାଙ୍କ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ।

 

ଧାରା ୩୦୬ ଆଧାରରେ ପୋଲିସ ମାମଲା ରୁଜୁ କରିଛି  । ସେପଟେ କଲେଜ କର୍ତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚୁରା କରିଛି  । କମ ଉପସ୍ଥାନ ନା ଏହା ପଛରେ ଆଉ କେଉଁ କାରଣ ରହିଛି ତାହାର ତଦନ୍ତ ଜାରି ରଖିଛି ପୋଲିସ  । ଦେଶରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବାବେଳେ ଯୁବପୀଢୀ କେମିତି ସଚେତନ ହେବେ ତାହା ଏବେ ମୁଣ୍ଡବ୍ୟଥା ସାଜିଛି  ।