କୋଭିଡ୍-୧୯ ପ୍ରଭାବ, ୧୫ ମାସ ପାଇଁ ରାଜସ୍ୱ ହରାଇବ ହୋଟେଲ ଶିଳ୍ପ !

ସିଙ୍ଗାପୁର: ମହାମାରୀ କରୋନା ମାଡ଼ରେ ଦୋହଲିଯାଇଛି ବିଶ୍ୱ । ଠପ୍ ହୋଇପଡ଼ିଛି ଜନଜୀବନ । ବନ୍ଦ ହୋଇଯାଇଛି ରୋଜଗାର । ଲକଡାଉନ ଭିତରେ ଦିନ କାଟୁଛି ଦୁନିଆ । ଆର୍ଥିକ ସ୍ଥିତିକୁ ମଜଭୁତ୍ କରୁଥିବା ପର୍ଯ୍ୟଟନ ଶିଳ୍ପ ବି ଗଭୀର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସିଙ୍ଗାପୁରର ପ୍ରମୁଖ ଆତିଥ୍ୟ ପ୍ରଦାନକାରୀ ସଂସ୍ଥା ରେଡଡୁରଜେଡ୍ କରିଛି ଭୟଙ୍କର ପୂର୍ବାନୁମାନ । କେବଳ ହୋଟେଲ ନୁହେଁ ହସ୍ପିଟାଲ ଗୁଡ଼ିକ ମଧ୍ୟ ଆର୍ଥିକ ଭାବେ ପ୍ରଭାବିତ ହେବେ ।

ଆଗକୁ ବଢ଼ିପାରେ ପେଟ୍ରୋଲ ଦର, କାହିଁକି ଜାଣନ୍ତୁ

ଏଥିପାଇଁ ଅନେକ ଗୁଡ଼ିଏ ସଂସ୍ଥା ଆଗାମୀ ୧୫ ମାସ ପାଇଁ ‘ଜିରୋ ରେଭିନ୍ୟୁ’ ପଲିସିରେ କାମ ଆରମ୍ଭ କରିଛନ୍ତି । ଯାହାକି ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇଛି । ଏହି ସମୟ ସଂଘର୍ଷମୟ ହେବ, ସ୍ଥିତି ସ୍ୱାଭାବିକ ହେଲେ ଯାଇ କିଛି ଲାଭ ମିଳିପାରେ । କରୋନା ପ୍ରଭାବରେ ବିଶ୍ୱରେ ହୋଟେଲ ଆବଶ୍ୟକତା ବହୁ ଗୁଣରେ କମିଯାଇଛି ।

୧୦ ବିଲିୟନ୍ ମୂଲ୍ୟର ଓୟୋ ମଧ୍ୟ କରୋନା ଦ୍ୱାରା ପ୍ରଭାବିତ ହୋଇଛି । ୮୦ ଦେଶର ୮୦୦ ସହରରେ ସେବା ପ୍ରଦାନ କରୁଥିବା ଓୟୋ ବାଲାନ୍ସ ସିଟ୍ ଉପରେ ଫୋକସ୍ କରିଛି । କମ୍ପାନୀ କ୍ଷତି ଏଡ଼ାଇବା ପାଇଁ କର୍ମଚାରୀଙ୍କୁ ୬୦ରୁ ୯୦ ଦିନ ଯାଏଁ ଅସ୍ଥାୟୀ ଛୁଟିରେ ରହିବାକୁ କହିଛି । ଏହାଦ୍ୱାରା କମ୍ପାନୀ ୫୦ରୁ ୬୦ ପ୍ରତିଶତ କ୍ଷତି ରୋକିବ ।

ଗତ ମାର୍ଚ୍ଚରେ ସିଆଇଆଇ ମଧ୍ୟ ଭାରତର ହୋଟେଲ ଶିଳ୍ପ ଉପରେ ପ୍ରଭାବ ପଡ଼ିବ ବୋଲି ଆକଳନ କରିଥିଲା । ଏପରିକି ଅକ୍ଟୋବର ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବିଦେଶୀ କରିଥିବା ଅଧିକାଂଶ ବୁକିଂ ରଦ୍ଦ କରିଦେଇଥିଲେ । ଏହାଦ୍ୱାରା ଭାରତୀୟ ହୋଟେଲ ଶିଳ୍ପ ପ୍ରାୟ ଏକ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି କୁହାଯାଉଛି ।

Leave a Reply