କଟକର ଗଳିକନ୍ଦିରେ ବଢୁଛି ହଷ୍ଟେଲ ଓ ମେସ୍, ସିଏମସି କିମ୍ବା କମିଶନରେଟ ପୋଲିସ ନିକଟରେ ନାହିଁ ଖବର

କଟକ: କଟକର ଗଳିକନ୍ଦିରେ ହଷ୍ଟେଲ ଓ ମେସ୍ । ନା ସିଏମସି ନା ପୋଲିସ୍, କାହାରି ନିକଟରେ ନାହିଁ ତଥ୍ୟ । ଅଘଟଣ ଘଟିଲେ ମାମଲା ହେଉଛି, ତା ପରେ ସବୁ ଚୁପ୍ । ଶଙ୍କରପୁର ଦାସ ସାହି, କଲେଜ ଛକ, ଅରୁଣୋଦୟ ନଗର, ଚଣ୍ଡୀଛକ ଆଦି ଅଞ୍ଚଳରେ ଛତୁ ଫୁଟିବା ପରି ଏହି ଶିକ୍ଷା ତଥା ବ୍ୟବସାୟିକ ଅନୁଷ୍ଠାନ ଚାଲିଛି । ତେବେ ଏଥିପାଇଁ ସଂସ୍ଥାର ପଞ୍ଜିକରଣ କରାଯାଉ ନାହିଁ । କିଛି ବ୍ୟକ୍ତି ଏଥିପାଇଁ କମର୍ସିଆଲ ହୋଲ୍ଡିଙ୍ଗ ଓ ଟ୍ରେଡ ଲାଇସେନ୍ସ କରିଥିବା ବେଳେ ଅଧିକାଂଶଙ୍କ ନାହିଁ କୌଣସି ପ୍ରମାଣ । ଅନେକ ଏନେଇ ଜାଣି ନଥିବା କହିବା ସହ ଆଗକୁ ନିୟମର ଅନୁପାଳନ କରିବେ ବୋଲି କହିଛନ୍ତି ।

ସହରରେ ପ୍ରାୟ ୩୦୦ ଶହ ଘରୋଇ ମେସ୍ ହଷ୍ଟେଲ ଚାଲିଛି । ୨୦୧୬ରୁ ଏହି ସଂସ୍ଥା ଗୁଡ଼ିକର ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ରହିଛି । ସିଏମସି ଏହାକୁ ବ୍ୟବସାୟିକ ପ୍ରତିଷ୍ଠାନ ଘୋଷଣା କରିବା ସହ ହୋଲଡିଂ, ଟ୍ରେଡ୍ ଲାଇସେନ୍ସ କରାଇବାକୁ ନିୟମ ଅଛି । କିନ୍ତୁ ଏଥିପ୍ରତି କାହାର ଧ୍ୟାନ ନାହିଁ । ଆମ ନିକଟରୁ ତଥ୍ୟ ପାଇବା ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଖୁବଶୀଘ୍ର ଥାନା ସ୍ତରରେ ସ୍ବତନ୍ତ୍ର ଟିମ୍ ଏଗୁଡିକର ସୁରକ୍ଷା ଯାଞ୍ଚ କରିବା ସହିତ ସିସିଟିଭି, ସୁରକ୍ଷା କର୍ମୀ ଓ ଅନ୍ତେବାସୀଙ୍କ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଡିସିପି । ସେହିପରି ଖୁବଶୀଘ୍ର ଏହାର ପଞ୍ଜିକରଣ କରାଯିବ ବୋଲି ମେୟର କହିଛନ୍ତି ।