ରାଜ୍ୟ ସରକାରଙ୍କ ନିଷ୍ପତ୍ତି,ଖାଲି ସ୍କୁଲ ନୁହେଁ ହଷ୍ଟେଲ ବି ଖୋଲିବ

ଭୁବନେଶ୍ୱର: ସ୍କୁଲ ସହ ଖୋଲିବ ହଷ୍ଟେଲ । ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର । ପିଲାଙ୍କ ପାଠପଢାରେ କିଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବା ପରେ ସେମାନଙ୍କ ସୁବିଧା ପାଇଁ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ତେଣୁ ଆସନ୍ତା ୮ରେ ସ୍କୁଲ ସହ ହଷ୍ଟେଲ ଖୋଲିବ । ଛାତ୍ରଛାତ୍ରୀଙ୍କ ହିତକୁ ନଜରରେ ରଖି ନିଆଯାଇଛି ଏଭଳି ନିଷ୍ପତ୍ତି ନିଆଯାଇଛି । ହଷ୍ଟେଲ ନ ଖୋଲିଲେ ବହୁ ପିଲାଙ୍କ ପାଇଁ ସମସ୍ୟା ହେବ । ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ପରେ ଏମିତି ନିଷ୍ପତ୍ତି ନିଆଯାଇଛି । ଯଦିଓ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ତେବେ ହଷ୍ଟେଲ ଗୁଡିକକୁ କରୋନା ଗାଇଡଲାଇନକୁ ମାନିବାକୁ ପଡିବ । କରୋନା ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତାକୁ ପ୍ରଧାନ୍ୟ ଦିଆଯିବ । ହଷ୍ଟେଲରେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସ୍କୁଲର ଦାୟିତ୍ୱ ହେବ ।

Leave a Reply