’ହଷ୍ଟେଲ ଡେଜ୍‌’ ସିଜନ୍‌ ଥ୍ରି’ର ଟିଜର ରିଲିଜ୍‌, ଶେଷ ଥର ପାଇଁ ନଜର ଆସିଲେ ରାଜୁ, ଫ୍ୟାନ୍ସ ଇମୋଶନାଲ

1 min read

ନୂଆଦିଲ୍ଲୀ: କମେଡି, ଡ୍ରାମା ଏବଂ ଇମୋଶନକୁ ନେଇ ପୁଣି ଫେରୁଛି ’ଓ୍ୱେବ୍‌ ସିରିଜ୍‌’ ହଷ୍ଟେଲ ଡେଜ୍‌ । ମନୋରରଞ୍ଜନ ଭରା ଏହି ଓ୍ୱେବ୍‌ ସିରିଜ୍‌ରେ ଭାରତୀୟ କଲେଜରେ ଛାତ୍ରଛାତ୍ରୀଙ୍କ ଜୀବନୀ ଦେଖିବାକୁ ମିଳିବ । ଓ୍ୱେବ୍‌ ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ନିର୍ମାତା ପ୍ରାଇମ୍‌ ଭିଡ଼ିଓ ମାଧ୍ୟମରେ ଏହାର ଏକ ଟିଜର ରିଲିଜ୍‌ କରିଛନ୍ତି । ହଷ୍ଟେଲ ଡେଜ’ର ଏହା ହେଉଛି ତୃତୀୟ ସଂସ୍କରଣ ।

ଓ୍ୱେବ୍‌ ସିରିଜରେ ଚନ୍ନା, ଲଭ୍‌ ବିସପୁଟେ,ଶୁଭମ୍‌ ଗୌର,ନିଖିଲ ବିଜୟ,ଆୟୁଷି ଗୁପ୍ତା ଏବଂ ଉତ୍ସବ ସରକାରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ସୋସିଆଲ ମିଡିଆରରେ ଏହାର ଟିଜର ଶେୟାର କରି କ୍ୟାପ୍ସନରେ ଲେଖିଛି, ଟ୍ରିପଲ ଦୋସ୍ତି,ଦିଲଲଗି ଏବଂ ଡୋର୍ମ ରୁମ ଡ୍ରାମା ନଭେମ୍ବରରେ ଆସୁଛି । କିନ୍ତୁ ଯାହା ପ୍ରଶଂସକଙ୍କୁ ଇମୋଶନାଲ କରିଛି, ତାହା ହେଉଛି ଫିଲ୍ମରେ ସ୍ୱର୍ଗତ  ରାଜୁ ଶ୍ରୀବାସ୍ତବଙ୍କ ଝଲକ୍‌ ।  ସୂଚନାଯୋଗ୍ୟ ୨୧ ସେପ୍ଟେମ୍ବରରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏ ଦୁନିଆରୁ ବିଦାୟ ନେଇଥିଲେ  । ଯାହାପରେ ଏହି ଟିଜରରେ ତାଙ୍କୁ ଶେଷ ଥର ଦେଖିବା ପରେ ଦର୍ଶକ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ।

ତେବେ ଛାତ୍ର ଜୀବନରେ ପ୍ରତ୍ୟେକ ହଷ୍ଟେଲରେ ଘଟୁଥିବା ବାସ୍ତବ ଘଟଣା ଉପରେ ଆଧାରିତ ଏହି ଓ୍ୱେବ୍‌ ସିରଜ ।  ଯେଉଁଥିରେ ୬ ଜଣ ଛାତ୍ରଙ୍କ ଜୀବନୀ ନଜର ଆସିବ । ଅଭିନବ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୬ ନଭେମ୍ବରରେ ଏହି ଓ୍ୱେବ୍‌ ସିରିଜ୍‌ ୨୪୦ଟି ଦେଶରେ ପ୍ରାଇମ୍‌ ଭିଡ଼ିଓରେ ରିଲିଜ୍‌ ହେବାକୁ ଯାଉଛି ।