ଉଇଘର ମୁସଲିମ୍ ମହିଳାଙ୍କୁ ଏମିତି ଯାତନା ଦେଉଛି ଚୀନ,ମୁସଲମାନଙ୍କ ସ୍ୱୟମ୍ଭୂ ରକ୍ଷକ ପାକିସ୍ତାନ ଚୁପ୍

1 min read

ଶିନଜିୟାଙ୍ଗ୍: ଚୀନର ଶିନଜିୟାଙ୍ଗ୍ ପ୍ରଦେଶର ଉଇଘର ଅଟକ କେନ୍ଦ୍ରରେ ମୁସଲିମ୍ ମହିଳାଙ୍କ ସହ ହେଉଛି ଅକଥନୀୟ ଅତ୍ୟାଚାର । ସେମାନଙ୍କ ସହ କ୍ୟାମ୍ପ୍ ମଧ୍ୟରେ ଦୁଷ୍କର୍ମ ହେଉଛି । ଚୀନର ସରକାରୀ ଡିଟେନସେନ୍ କ୍ୟାମ୍ପରୁ ଖସି ଆସିଥିବା ଜଣେ ମହିଳା ଏହି ରହସ୍ୟ ଉପରୁ ପରଦା ହଟାଇଛନ୍ତି । ଏହି ମହିଳାଙ୍କ ଅନୁସାରେ କୋଭିଡ୍ ମହାମାରୀ ପୂର୍ବରୁ ଚୀନ୍ ଅଧିକାରୀ ପରିଚୟ ଲୁଚାଇବା ପାଇଁ ମାସ୍କ ପିନ୍ଧି କ୍ୟାମ୍ପ ଭିତରକୁ ପ୍ରବେଶ କରୁଥିଲେ । ଏହାପରେ ସେମାନେ ବନ୍ଦୀ ମହିଳାଙ୍କ ମଧ୍ୟରୁ ନିଜ ପସନ୍ଦର ଝିଅ କିମ୍ବା ମହିଳାଙ୍କୁ ବାଛି ବ୍ଲାକ୍ ରୁମକୁ ନିଅନ୍ତି । ସର୍ଭିଲାନ୍ସ କ୍ୟାମେରା ନଥିବା ବ୍ଲାକ୍ ରୁମରେ ସେମାନଙ୍କ ସହିତ ଦୁଷ୍କର୍ମ ହୁଏ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

ସାମୁହିକ ଦୁଷ୍କର୍ମ:
ଏହି ମହିଳା ଜଣକ କ୍ୟାମ୍ପରେ ୯ ମାସ ବିତାଇଥିବା ଦାବି କରିଛନ୍ତି । ଚୀନ୍ ବିରୋଧରେ ବିଭିନ୍ନ ଡିଟେନସନ କ୍ୟାମ୍ପରେ ୧୦ ଲକ୍ଷ ଉଇଘର ମୁସଲିମଙ୍କୁ ବନ୍ଦୀ କରିଥିବା ଅଭିଯୋଗ ହେଉଛି । ଚୀନ୍ ଏହି ସବୁ କ୍ୟାମ୍ପକୁ ରି-ଏଜୁକେସନ କ୍ୟାମ୍ପ ବୋଲି କହିଥାଏ । ଏହି କ୍ୟାମ୍ପରେ ଉଇଘର ମୁସଲିମ୍ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ ଭାବେ ରଖାଯାଇଛି । ବିବିସିର ଏକ ରିପୋର୍ଟ ଅନୁସାରେ ଏହି ସବୁ କ୍ୟାମ୍ପରେ ଉଇଘର ମହିଳାଙ୍କ ସହ ସାମୁଦ୍ରିକ ଦୁଷ୍କର୍ମ ହୋଇଥାଏ ।

ଦୁଷ୍କର୍ମରୁ ଇଲେକଟ୍ରିକ୍ ସକ୍:
ଏବେ ଆମେରିକାରେ ରହୁଥିବା ଏହି ମହିଳାଙ୍କ ଅନୁସାରେ ପ୍ରତି ରାତିରେ ମହିଳାଙ୍କୁ ଜେଲରୁ ବାହାର କରି ବ୍ଲାକ୍ ସେଲକୁ ନିଆଯାଏ । ସେଠାରେ ଚୀନ୍ ଅଧିକାରୀ ସେମାନଙ୍କ ସହିତ ଦୁଷ୍କର୍ମ କରିଥାନ୍ତି । ମହିଳାଙ୍କ ଅନୁସାରେ ତାଙ୍କ ସହିତ ତିନିଥର ସାମୁହିକ ଦୁଷ୍କର୍ମ ହୋଇଥିଲା । ତାଙ୍କ ଅନୁସାରେ ଅନେକ ମହିଳା ବ୍ଲାକ୍ ସେଲକୁ ଯିବା ପରେ ଆଉ ଫେରନ୍ତି ନାହିଁ । ଯେଉଁମାନେ ଫେରନ୍ତି ସେମାନେ ଅଧିକା ନିର୍ଯାତନା ଭୟରେ ନିରବ ରୁହନ୍ତି ।

 

ଗିରଫଦାରୀ ପରେ ବିକ୍ରୀ ହୁଅନ୍ତି ମହିଳା:
ବିବିସି ଅନୁସାରେ କାଜାକିସ୍ତାନର ଜଣେ ମହିଳା ଏହି ଡିଟେନସନ୍ କ୍ୟାମ୍ପରେ ୧୮ ମାସ ବିତାଇଥିଲେ । ଏହି ମହିଳାଙ୍କ କାମ ଥିଲା ଉଇଘର ମୁସଲିମ୍ ମହିଳାଙ୍କୁ ନିର୍ବସ୍ତ୍ର କରିବା । ତାଙ୍କ ଅନୁସାରେ ହାତକଡି ପିନ୍ଧାଇ ମହିଳାଙ୍କୁ ଚୀନ୍ ଅଧିକାରୀଙ୍କ ସହ ପଠାଯାଏ । ତାଙ୍କ ଅନୁସାରେ ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ଅଧିକ ଟଙ୍କାରେ ବିକ୍ରୀ କରାଯାଉଥିଲା । ଲମ୍ବା ପୋଷାକ ଓ ବୁର୍ଖା ପିନ୍ଧିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରି ଏହି ଭଳି କ୍ୟାମ୍ପକୁ ପଠା ଯାଇଥାଏ ।

ବଳପୂର୍ବକ ଗର୍ଭପାତ:
ବିବିସି ଦାବି କରିଛି ଯେ, ଯେଉଁ ମହିଳା ଗର୍ଭବତୀ ହୁଅନ୍ତି ବଳପୂର୍ବକ ସେମାନଙ୍କ ଗର୍ଭପାତ କରାଯାଏ । ଚୀନ୍ ଅଧିକାରୀଙ୍କ ପାଖରେ ମହିଳାଙ୍କ ଋତୁଶ୍ରାବ ବାବଦରେ ମଧ୍ୟ ପୁରା ଡାଟା ରୁହେ ବୋଲି ରିପୋର୍ଟରେ ଦାବି କରାଯାଇଛି । ଏଭଳି ଡାଟା ରଖିବାର ଉଦ୍ଦେଷ୍ୟ ହେଉଛି ଏହା ଜାଣିବା ଯେ,କେହି ଗର୍ଭବତୀ ଅଛନ୍ତି କି ନାହିଁ । ଚୀନ୍ ନିକଟରେ ଗୋଟିଏ ପରିବାର ଗୋଟିଏ ଶିଶୂ ନୀତିର ଉଛେଦ ହୋଇ ସାରିଛି କିନ୍ତୁ ଉଈଘର ମୁସଲିମଙ୍କ କ୍ଷେତ୍ରରେ ଏହାକୁ ଚୀନ ଅଧିକାରୀ ମାନୁ ନାହାନ୍ତି।

ପାକିସ୍ତାନ,ସାଉଦି ଆରବ ଚୁପ୍:
ଚୀନରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ଏଭଳି ନିର୍ଯାତନା ଚାଲିଥିବା ବେଳେ କିନ୍ତୁ ପାକିସ୍ତାନ ଓ ସାଉଦି ଆରବ ଭଳି ଦେଶ ନିରବ ଅଛନ୍ତି । ଆର୍ଥିକ ସାହାଯ୍ୟ ପାଇଁ ପାକିସ୍ତାନ ଉପରେ ନିର୍ଭରଶୀଳ ପାକିସ୍ତାନ ଚୀନର ଏଭଳି ବର୍ବର କାଣ୍ଡ ଉପରେ ଚୁପ ରହିଛି । ସେହିଭଳି ବାକି ମୁସଲିମ୍ ଦେଶ ମଧ୍ୟ ଏହାକୁ ନେଇ ବେସି କିଛି ହୋହଲ୍ଲା କରୁନାହାନ୍ତି । ମୁସଲିମ୍ ରାଷ୍ଟ୍ର ସବୁ ଚୀନକୁ ଅସନ୍ତୁଷ୍ଟ ନକରିବା ପାଇଁ ନିରବ ରହିଛନ୍ତି ବୋଲି କୁହାଯାଉଛି ।

Leave a Reply