ଆଜିର ରାଶିଫଳ (୧୮-୧୧-୨୦୧୯)

1 min read

ଆଜି ୨୦୧୯ ମସିହା ନଭେମ୍ବ ୧୮ ତାରିଖ, ସୋମବାର, ସୌର ମାସ ୨ ନ

ଷଷ୍ଠୀତିଥି ସଂଧ୍ୟା ଘ ୫/୯ ମିନିଟ ପରେ ସପ୍ତାମୀ, କର୍କଟ ଚନ୍ଦ୍ର ପୂଷ୍ୟା ନକ୍ଷତ୍ର ରାତ୍ରୀ ୧୦/୨୦ ମି ପରେ ଅଶ୍ଲେଷା, ଶୁକ୍ଳ ଯୋଗ, ବାଣିଜ୍ୟକରଣ ।

ଘାତବାର- ମିଥୁନ ରାଶିର, ଘାତଚନ୍ଦ୍ର- ନାସ୍ତି

ରବି ଶୁଦ୍ଧି- ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର

ଚନ୍ଦ୍ରଶୁଦ୍ଧି-ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର

ଗୁରୁଶୁଦ୍ଧି- ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିର

ରାହୁକାଳ- ପ୍ରାତଃ ଘ ୭/୨୩ ମି.ରୁ ଦିବା ଘ ୮/୪୬ ମି.

କାଳବେଳା- ପ୍ରାତଃ ଘ ୭/୩୩ ମି. ରୁ ଦୁବା ୮/୪୬ ମି.

ଶୁଭବେଳା- ଦିବା /୫୭ ମି.ରୁ ଦିବା ୧୧/୦୯ ମି.

 

ଆଜିର ରାଶିଫଳ

ମେଷ- ପାରିବାରିକ ଜୀବନ ସୁଖ, ଶାନ୍ତିରେ କଟିବ । ବକେୟା ଅର୍ଥ ପ୍ରାପ୍ତି ହେବ । ବିଦେଶ ଭ୍ରମଣ ଯୋଗ ରହୁଛି । ମଧ୍ୟାନ୍ନ ପରେ ସୁସମ୍ବାଦ ପାଇ ଖୁସି ହେବେ ।

ବୃଷ- ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ଅତି ସହଜରେ ହୋଇଯିବ । ଦେବ ଦର୍ଶନ ୟୋଗ ରହୁଛି । ପୁରାତନ ବନ୍ଧୁଙ୍କ ଠାରୁ କିଛି ଉପହାର ପ୍ରାପ୍ତି ହେବ । ପିତାମାତାଙ୍କ ଆଶିର୍ବାଦ ପ୍ରାପ୍ତ ହେବ ।

ମିଥୁନ- ଆବଶ୍ୟକ ଠାରୁ ଅଧିକ ଆଶା କରି ନିରାଶ ହେବେ । ଅସ୍ଥି ଜନିତ ପୀଡ଼ା ଅନୁଭବ କରିବେ । ଦାମ୍ପତ୍ୟ କଳହ କାରଣରୁ ମନ ଉଦାସୀନ ରହିପାରେ । ଯେତେ ଠିକ କଥା କହିଲେ ମଧ୍ୟ ଲୋକ ଭୁଲ ବୁଝିବେ ।

କର୍କଟ- ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଦାୟିତ୍ୱ ବୋଦ ବୃଦ୍ଧି ପାଇବ । ମାର୍ଜିତ ବ୍ୟବହାର ଦ୍ୱାରା କୌଶଳ ଅବଲମ୍ବନ କରି ସମାଜରେ ପ୍ରତିଷ୍ଠିତ ହେବେ । ସନ୍ତାନ ସୁଖ ପ୍ରାଫ୍ତି ହେବ । ଭବିଷ୍ୟତକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିବେ ।

ସିଂହ- ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ । ଆଜି କୌଣସି ମାଙ୍ଗଳିକ କର୍ମରେ ଯୋଗ ଦେଇପାରନ୍ତି  । ଆର୍ଥିକ ଅଭିବୃଦ୍ଧି ଘଟିବ । ଆଶା କରିଥିବା କାର୍ଯ୍ୟରେ ସଉଳତା ଅର୍ଜନ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ରଚନାତ୍ମକ ଦିଗରେ ମନୋନିବେଶ କରିବେ  । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ବନ୍ଧୁବର୍ଗଙ୍କୁ ସହଯୋଗ ପ୍ରାପ୍ତି ହେବ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା- ମନରେ କ୍ଷୋଭଭାବ ପ୍ରକାଶ ପାଇବ । ପାରିବାରିକ ସମସ୍ୟା କାରଣରୁ ଚିନ୍ତିତ ରହିବେ । ବନ୍ଧୁଙ୍କ ସହିତ ମତାନ୍ତର ଦେଖାଦେବ । ବ୍ୟୟଭାର ବୃଦ୍ଧିପାଇବ ।

ବିଛା- ରାଜସମ୍ମାନ ପ୍ରାପ୍ତି ହେବ । ବିଶିଷ୍ଟ ବ୍ୟକ୍ତି ମାନଙ୍କ ଗହଣରେ ସମୟ ଅତିବାହିତ ହେବ । କାର୍ଯ୍ୟ ଦକ୍ଷତା ପାଇଁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ଧନୁ- ଆର୍ଥିକ ବ୍ୟୟ କାରଣରୁ ଚିନ୍ତିତ ରହିବେ । ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଋଣଗ୍ରସ୍ତ ହୋଇପାରନ୍ତୁ । କର୍ମକ୍ଷେତ୍ରରେ ଅଯଥା ସମାଲୋଚିତ ହେବେ ।

ମକର- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । ସହଧର୍ମିଣୀଙ୍କ ପରାମର୍ଶ ଗୁରୁତ୍ୱ ବହନ କରିବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ ।

କୁମ୍ଭ- ନୂତନ ଉତ୍ସାହ, ଉଦ୍ଧୀପନା ସହିତ ଦିନଟି କଟିବ । ଦାମ୍ପତ୍ୟ ଜୀବନ ମଧୁରମୟ ହେବ । କର୍ମ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଅର୍ଥ ସମସ୍ୟାରୁ ମୁକ୍ତି ମିଳିବ ।

ମୀନ- ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରିବେ । ବ୍ୟସ୍ତବିବ୍ରତରେ ଦିନଟି କଟିବ । ଆର୍ଥିକ ଅନାଟନ ଦେଖାଦେଇପାରିବ । ଆଳସ୍ୟତା କାରଣରୁ କିଛି ହରାଇବାକୁ ପଡ଼ିପାରେ । ନିଜର ଜ୍ଞାନଦ୍ୱାରା ସୁଯୋଗକୁ ଚିହ୍ନିବାର ପ୍ରୟାସ କରନ୍ତୁ ।

  ')}

Leave a Reply