ଆଜିର ରାଶିଫଳ (୧୯-୧୧-୨୦୧୯)

1 min read

ଆଜି ୨୦୧୯ ମସିହା ୧୯ ତାରିଖ, ମଙ୍ଗଳବାର, ସୌର ମାସ ଦିନ ୩

ସପ୍ତମୀ ତିଥି- ଦିବା ଘ ୩/୩୫ ମି ପରେ ଅଷ୍ଟମୀ, ଅଶ୍ଲେଷା ନକ୍ଷତ୍ର ରା ଘ ୯/୨୨ମି. ପରେ ମଘା, କର୍କଟ ଚନ୍ଦ୍ର ରା ଘ ୯/୨୨ ମି. ପରେ ସିଂହ, ବ୍ରହ୍ମ ଯୋଗ

ଘାତବାର- ମକର ରାଶିର, ଘାତ ଚନ୍ଦ୍ର- ରାତ୍ରି ଘ ୯/୨୧ ଗତେ କର୍କଟ ଓ ମକର ରାଶିର

ପର୍ବପର୍ବାଣି- କାଳ ଭୈରବ ଜୟନ୍ତୀ, ଇନ୍ଦିରା ଗାନ୍ଧି ଜୟନ୍ତୀ, ଜାତୀୟ ସଂହତି ଦିବସ

ରାହୁକାଳ- ଦିବା ୨/୧୭ମି.ରୁ ଦିବା ୩/୪୦ ମି.

କାଳବେଳା- ଦିବା ୧୨/୫୪ ମି.ରୁ ୨/୧୬ମି.

ଶୁଭବେଳା- ସନ୍ଧ୍ୟା ୫/୨ମି.ରୁ ରାତ୍ରି ୭/୩୮ ମି.

ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ଓ ମୀନ

ଆଜିର ରାଶିଫଳ

ମେଷ- ବିବାଦପୂର୍ଣ୍ଣ ପରିସ୍ଥିତିର ଅନ୍ତ ଘଟିବ । ବହୁ ପ୍ରତୀକ୍ଷିତ ଆଶା ପୂରଣ ହେବ । କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନପ୍ରାପ୍ତି ଯୋଗ ରହୁଛି । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ- ସ୍ୱପ୍ନ ପୂରଣ ହେବ । ଗୃହ, ଜମି ଆଦି କ୍ରୟ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ । ଶତ୍ରୁ ବିଜୟୀ ହେବେ । ମହିଳାମାନେ ଧର୍ମ ପରାୟାଣା ହେବେ ।

ମିଥୁନ- ଭାବପ୍ରବଣତାର ବଶବର୍ତ୍ତୀ ହୋଇ ନିଜର କ୍ଷତି ସାଧନ କରିବେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । କୁସଙ୍ଗରେ ପଡ଼ି ପଥହରା ହୋଇପାରନ୍ତି । ଆତ୍ମୀୟ ସ୍ୱଜନଙ୍କ ଦ୍ୱାରା ସମାଲୋଚନାର ଶରବ୍ୟ ହେବେ ।

କର୍କଟ- ମନର ଗୋପନ କଥା ବନ୍ଧୁଙ୍କ ଆଗରେ ପ୍ରକାଶ କରିବେ । କୌଶଳ ଅବଲମ୍ବନ କରି କର୍ମକ୍ଷେତ୍ରରେ ନିଦର ଦକ୍ଷତା ପ୍ରତିପାଦନ କରିବେ । ସାମୁହିକ କାର୍ଯ୍ୟକ୍ରମରେ ଯୋଗଦେବେ । କୌଣସି ଅସହାୟ ବ୍ୟକ୍ତି ଆପଣଙ୍କ ଦ୍ୱାରା ଉପକୃତ ହେବେ ।

ସିଂହ- ପାରିବାରିକ ଜୀବନ ସୁଖଶାନ୍ତିରେ ଭରିଯିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗବେଷଣାତ୍ମକ ଦିଗରେ ସୁନାମ ଅର୍ଜନ କରିବେ । କଳା, ସାହିତ୍ୟ ଓ ରଚନାତ୍ମକ ଦିଗ ପ୍ରତି ରୁଚି ବଢ଼ିବ । ଦେବ ଦର୍ଶନ ଓ ଅର୍ଥ ପ୍ରାପ୍ତ ଯୋଗ ରହୁଛି ।

କନ୍ୟା- ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହୋଇପାରେ । ପାରିବାରିକ ଜୀବନରେ ସ୍ଥିରତା ଆସିବ । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । କୌଣସି ବିବାଦୀୟ ପରିସ୍ଥିତିରେ ଜୟଲାଭ କରିବେ ।

ତୁଳା- ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ଜିଦଖୋର ସ୍ୱଭାବ ଯୋଗୁଁ ହଇରାଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ସ୍ଥିରତା ବୃଦ୍ଧି ପାଇବ । ମାନସିକ ଶାନ୍ତି ବ୍ୟାହତ ହେବ ।

ବିଛା- ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମନରେ ଅଶ୍ୱସ୍ତି ବୋଧ କରିବେ । କର୍ମଚାପ ଆଜି ଦିନଟିକୁ ପ୍ରଭାବିତ କରିବେ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆତ୍ମୀୟ ମାନେ ଶତ୍ରୁତା ଆଚରଣ କରିବେ ।

ଧନୁ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ସରକାରୀ ବା ବେସରକାରୀ ସୂତ୍ରରେ ଋଣପ୍ରାପ୍ତି ହେବେ । ଦାମ୍ପତ୍ୟ ଜୀବନରେ ବିବାଦୀୟ ପରିସ୍ଥିତି ଉପୁଜିପାରେ ।

ମକର- ପଡ଼ୋଶୀଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ ହେବ । କୌଣସି ମହିଳାଙ୍କ ଦ୍ୱାରା ଅର୍ଥପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପାରିବାରିକ ଶୁଖଶାନ୍ତି ବଜାୟ ରହିବ ।

କୁମ୍ଭ- ନୂତନ ଦ୍ରବ୍ୟ ଲାଭ ହେବ । ବନ୍ଧୁଙ୍କ ସହଯୋଗ ମିଳିବ । ପତ୍ନୀଙ୍କ କାରଣରୁ ଅର୍ଥପ୍ରାପ୍ତି ହେବେ । କର୍ମକ୍ଷେତ୍ରରେ ସିଦ୍ଧି ମିଳିବ । ପାରିବାରିକ ଜୀବନ ବିଳାସପୂର୍ଣ୍ଣ ହେବ ।

ମୀନ- ମନରେ ସଂଶୟ ଭାବ ଜାଗ୍ରତ ହେବ । ଅଚାନକ ସ୍ୱାସ୍ଥ୍ୟହାନୀ ଦେଖା ଦେଇପାରେ । ଗୁପ୍ତ ଶତ୍ରୁଠାରୁ ଦୂରେଇ ରୁହନ୍ତୁ । ମାନି ମୋକଦ୍ଦମାରେ ଜଡ଼ିତ ହୋଇପାରନ୍ତି । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନୀୟ । ')}

Leave a Reply