WHO ରିପୋର୍ଟ ଲିକ୍‌, କୋରୋନା ଭ୍ୟାକ୍ସିନ୍‌ର ପରୀକ୍ଷଣ ଫେଲ୍‌ !

Hopes dashed as coronavirus drug remdesivir fails first trial tlif

କୋରୋନା ଭାଇରସ୍‌ର ଆଣ୍ଟିଡୋଡ୍‌କୁ‌ ପ୍ରସ୍ତୁତ କରିବାକୁ ନେଇ ଅହରହ ଅନେକ ପରୀକ୍ଷଣ ଜାରି ରହିଛି । ତେବେ ଏହି ପରୀକ୍ଷଣ ଆରମ୍ଭରୁ ଫେଲ୍‌ ହୋଇଥିବା ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗତ କିଛି ଦିନ ହେବ ଲଗାତାର ଭାବେ କୋରୋନା ଆକ୍ରାନ୍ତଙ୍କ ଠାରେ ନୂଆ କରି ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନ୍ ରେମଡେସିବିର‌କୁ ବ୍ୟବହାର କରାଯାଇଥିଲା । ହେଲେ ତହା ଫେଲ୍‌ ମାରିଥିବା ଖବର ସାମ୍ନାକୁ ଆସିଛି ।

ଚୀନ୍‌ ପକ୍ଷରୁ ଦିଆଯାଇଥିବା ବିଫଳ ପରୀକ୍ଷଣର ଡ୍ରାଫ୍ଟ ଓ ଡକ୍ୟୁମେଣ୍ଟକୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଦ୍ୱାରା ଅଚାନକ ପ୍ରକାଶ କରାଯାଇଥିଲା । ସେହି ଡ୍ରାଫ୍ଟ ଓ ଡକ୍ୟୁମେଣ୍ଟ ଅନୁସାରେ କୋରୋନା ଆକ୍ରାନ୍ତଙ୍କଠାରେ ଔଷଧ ପ୍ରୟୋଗ ପରେ ମଧ୍ୟ କୗଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହି ଫେଲ୍‌ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କ ଆଶା ମଉଳି ଯାଇଛି । ଅନ୍ୟପଟେ ଆମେରିକାର ବୟୋଟେକ୍‌ନୋଲୋଜି କମ୍ପାନୀ ଗିଲ୍ଡ ସାଇନ୍ସ ଏହି ଷ୍ଟଡିକୁ ଭୁଲ୍‌ ବୋଲି ଦର୍ଶାଇଛି ।

Corona

ଏହି ଷ୍ଟଡିରେ କ’ଣ ରହିଛି ?

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପରୀକ୍ଷଣ ବିଫଳ ହେବା ନେଇ ପ୍ରକାଶ ପାଇବା ପରେ ଏହି ଖବର ଆଲୋକ ବେଗରେ ଖେଳିଯାଇଥିଲା । କିନ୍ତୁ ପରେ ଏହି ପୋଷ୍ଟକୁ ଡିଲିଟ୍‌ କରିଦିଆଯାଇଛି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ପଷ୍ଟ କରିଛି ଯେ, ଭୁଲ୍‌ ବସତଃ ଡ୍ରାପ୍ଟ ରିପୋର୍ଟ ପୋଷ୍ଟ ହୋଇଥିଲା ।

Corona

ଏହି ଡ୍ରାଫ୍ଟ ଅନୁସାରେ, ଅନୁସନ୍ଧାନକାରୀମାନେ ୨୩୭ ଆକ୍ରାନ୍ତଙ୍କୁ ନେଇ ପରୀକ୍ଷା ଆରମ୍ଭ କରିଥିଲେ । ସେଥିମଧ୍ୟରୁ ୧୫୮ ଜଣଙ୍କୁ ନୂଆକରି ପ୍ରସ୍ତୁତ ହୋଇଥିବା ରେମ୍‌ଡେସିବିର ଔଷଧ ଦିଆଯାଇଥିଲା । ଔଷଧ ଦେବା ପରେ ସେମାନଙ୍କର ପରିବର୍ତ୍ତନକୁ ଅନ୍ୟ ୭୯ ଜଣଙ୍କ ସହ ତୁଳନା କରାଯାଇଥିଲା । ଏହି ୭୯ ଜଣଙ୍କୁ ପ୍ଲେସବୋ ଔଷଧ ଦିଆଯାଇଥିଲା ।

Corona

ଔଷଧ ପ୍ରୟୋଗର ଠିକ୍‌ ଏକ ମାସ ପରେ ରେଗୀଙ୍କ ମୃତ୍ୟୁ ହେବା ଆରମ୍ଭ ହୋଇଥିଲା । ପ୍ଲେସବୋ ନେଇଥିବା ଆକ୍ରାନ୍ତଙ୍କ ୧୨.୮ ପ୍ରତିଶତ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ରେମଡେସିବିର ଗ୍ରହଣ କରିଥିବା ୧୩.୯ ପ୍ରତିଶତ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଏହି ଔଷଧର ସାଇଡ୍‌ ଇଫେକ୍ଟ ଯୋଗୁଁ ଏହାର ପରୀକ୍ଷଣକୁ ଏବେ ରୋକାଯାଇଛି ।

Corona

କମ୍ପାନୀର କ’ଣ ପ୍ଲାନ୍‌ ରହିଛି ?

ଗିଲ୍ଡ କମ୍ପାନୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ପୋଷ୍ଟକୁ ଖଣ୍ଡନ କରିଛି । କମ୍ପାନୀ ପ୍ରବକ୍ତାଙ୍କ କହିବାନୁଯାୟୀ ଏହି ରିପୋର୍ଟକୁ ବେଆଇନ୍‌ ଭାବେ ପୋଷ୍ଟ କରାଯାଇଥିଲା । ଏହା ଟେକ୍‌ନିକାଲ୍‌ ଦୃଷ୍ଟିରୁ ଠିକ୍‌ ନଥିଲା । ତେଣୁ ପୋଷ୍ଟକୁ ଯଥା ଶୀଘ୍ର ହଟାଇଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଷ୍ଟଡିର ନିଷ୍କର୍ଷ ଏବେ ସୁଦ୍ଧା ବାହାରି ନାହିଁ । ତଥ୍ୟ ଅନୁଯାୟୀ ପୂର୍ବରୁ ଯେଉଁ ସବୁ କୋରୋନା ଆକ୍ରାନ୍ତଙ୍କ ଠାରେ ଏହି ଔଷଧ ବ୍ୟବହାର କରାଯାଇଥିଲା, ତାହା କିଛି ମାତ୍ରାରେ ଲାଭଦାୟକ ହୋଇଥିଲା ।

Leave a Reply