ଟିକା ନେଲେ ମିଳିବ ୧୦ କୋଟି, ଏଭଳି ପୁରସ୍କାର ଘୋଷଣା କରିଛି ଚୀନ୍

ହଙ୍ଗକଙ୍ଗ: ଟିକା ନେଲେ ମିଳିବ ୧୦ କୋଟି । ସବୁ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଜୋରଦାର ଚାଲିଥିବା ବେଳେ ଶତପ୍ରତିଶତ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି ସରକାର । କିନ୍ତୁ ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବାରୁ ଏଭଳି କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ । କରୋନା ଟିକା ନେଲେ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଚୀନ ।

ହଂକଂର ଏକ କମ୍ପାନୀ ପକ୍ଷରୁ ଲୋକମାନଙ୍କୁ ଏହି ଅନନ୍ୟ ଅଫର୍ ଦିଆଯାଇଛି । ଏହି ଅଫରରେ ଟିକା ନେଉଥିବା ବ୍ୟକ୍ତିଙ୍କୁ ୧.୪ ମିଲିୟନ୍ ଡଲାର ବା ପାଖାପାଖି ୧୦ କୋଟି ଟଙ୍କାର ପୁରସ୍କାର ମିଳିପାରିବ। ଏହି ପୁରସ୍କାର ରାଶି ଲଟେରୀ ଆକାରରେ ଦିଆଯିବ । ଲଟେରୀ ଯାହା ନାଁରେ ଉଠିବ, ତାଙ୍କୁ ପ୍ରାୟ ୧୦କୋଟି ମୂଲ୍ୟର ଆପାର୍ଟମେଣ୍ଟଗିଫ୍ଟ ଦିଆଯିବ ।

କରୋନା ଟିକାକରଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଚୀନର ସିନୋ ଗ୍ରୁପ୍ ଏହି ଅଫର ପ୍ୟାକେଜ ଚଳାଇଛି । ହଂକଂର ଜନସଂଖ୍ୟା ପ୍ରାୟ ୭୫ ଲକ୍ଷ । ହେଲେ ଏ ପର୍ଯ୍ୟନ୍ତ ମାତ୍ର ୧୨ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇଛି ।

Leave a Reply