ଗୁଇନ୍ଦା ତଥ୍ୟ ହାସଲ ପାଇଁ ISI ଏଜେଣ୍ଟଙ୍କ ହନିଟ୍ରାପ୍ ଘଟଣା, ଏନଆଇଏ ଯୋଗାଯୋଗରେ STF

1 min read

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ISI ଏଜେଣ୍ଟଙ୍କ ହନିଟ୍ରାପ୍ ଘଟଣା । ଏନଆଇଏ ଯୋଗାଯୋଗରେ ରହିଛି STF । ଖୁବଶୀଘ୍ର STF ସହ ଏନେଇ କଥା ହେବ ଗୁଇନ୍ଦା ବିଭାଗ । ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ରହିଛି ମାମଲା । ଅଫିସିଆଲ ଡାଟା ଲିକ୍ ନେଇ ଅଭିଯୁକ୍ତକୁ ହୋଇଥିଲା ସମନ । ହାଜର ନହେବାରୁ ଅଭିଯୁକ୍ତ ବିରୋଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରଓ୍ବାନା । ISI ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି । ISI ଏଜେଣ୍ଟ ଗୁଡୁ କୁମାରର ଘର ସିଲିଗୁଡି । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି STF । ମ୍ୟୁଲ ଆକାଉଣ୍ଟ କରି ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ ।