ସାବଧାନ! ଏବେ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ହନିଟ୍ରାପ୍, ଆପଣ ବି ଫସିପାରନ୍ତି: ଜାଣନ୍ତୁ କିଭଳି

1 min read

ଭୁବନେଶ୍ୱର: ସାବଧାନ ସୋସିଆଲ ମିଡିଆରେ ମାତିଛନ୍ତି ଛଦ୍ମବେଶୀ ଠକ । ଫେସବୁକରେ ବନ୍ଧୁ ହେବେ ହ୍ୱାଟସ୍ ଆପରେ ନମ୍ବର ଦେବେ । ନ୍ୟୁଡ ଭିଡିଓ କଲରେ କଥା ହେବା ବାହାନାରେ ଆପଣଙ୍କୁ କରିବେ ହନିଟ୍ରାପ । ଥରେ ଛନ୍ଦି ହୋଇଯିବା ପରେ ଆପଣଙ୍କଠାରୁ ଲୁଟିବେ ଲକ୍ଷ ଲକ୍ଷ ଟଙ୍କା । ଦେଶର ବିଭିନ୍ନ ରାଜ୍ୟରେ ଏମିତି ଘଟଣା ଘଟୁଥିବାବେଳେ ଏବେ ନଜର ଆସିଛି ଓଡିଶାରେ । ଅନଲାଇନ ଲୁଟର ନୂଆଫଣ୍ଡା ସେକ୍ସର୍ରଟନ ସାମ୍ନାକୁ ଆସିବା ପରେ ମୁଣ୍ଡରେ ହାତ ଦେଇଛନ୍ତି ସାଇବର ଏକ୍ସପର୍ଟ ।

 

View this post on Instagram

 

A post shared by NandighoshaTv (@nandighoshatv)

ସାବଧାନ ହୋଇଯାଆନ୍ତୁ ! ଆପଣ ବି ହୋଇପାରନ୍ତି ସେକ୍ସର୍ରଟନର ଶିକାର । କାରଣ ସୋସିଆଲ ମିଡିଆରେ ମାତିଛନ୍ତି ଛଦ୍ମବେଶୀ ଠକ । ଦେଶର ବିଭିନ୍ନ ରାଜ୍ୟରେ ଏପରି ଘଟଣା ଘଟୁଥିବାବେଳେ ଏବେ ଓଡ଼ିଶାରେ ବି ଜାଲ ବିଛାଇଛନ୍ତି ଏହି ନୂଆ ଷ୍ଟାଇଲର ଠକ । ଅଜଣା ସୁନ୍ଦରୀ ଝିଅ ଫଟୋକୁ ପ୍ରୋଫାଇଲ ପିକ୍‌ ରଖି ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ପରି ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ଠକ । ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରିବା ପରେ ଆପଣଙ୍କ ସହିତ ଚାଟିଂ ଆରମ୍ଭ କରୁଛନ୍ତି। ସମ୍ପର୍କ ନିବିଡ ହେବା ପରେ ଆପଣଙ୍କ ସହିତ ଆରମ୍ଭ କରିଦେବେ ନ୍ୟୁଡ ଚାଟିଂ । ତା ପରେ କହିବେ ନ୍ୟୁଡ ହୋଇ ଭିଡିଓ କଲରେ କଥା ହେବାକୁ । ଆପଣ ଯଦି ରାଜି ହୋଇଗଲେ, କଥା ସରିଲା । ରେକର୍ଡ ହୋଇଯାଏ ନ୍ୟୁଡ ଭିଡିଓ କଲ୍‌ । ଏହା ପରେ ଆରମ୍ଭ ହୋଇଯାଏ ନ୍ୟୁଡ ଭିଡିଓର ରିଏଲ ଗେମ । ସୋସିଆଲ ମିଡିଆରେ ଭାଇରାଲର ଧମକ୍ ଦେଇ ଆରମ୍ଭ କରି ଦିଅନ୍ତି ବ୍ଲାକମେଲିଂ । ଲୋକଲଜ୍ୟା ଭୟରେ ଆପଣଙ୍କୁ ଗଣିବାକୁ ପଡିପାରେ ଲକ୍ଷଲକ୍ଷ ଟଙ୍କା । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ପରି ମେଟ୍ରୋ ସିଟିରେ ଦେଖିବାକୁ ମିଳୁଥିବା ବେଳେ ଏଭଳି ଘଟଣା ଓଡିଶାରେ ନଜରକୁ ଆସିଥିବା ଟୁପୁରୁଟାପୁରୁ ହେଉଛନ୍ତି ।

Leave a Reply