ସାଲେପୁରରେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି ହୋମିଓପାଥି ମେଡିକାଲ, ଲୋକେ ହନ୍ତସନ୍ତ

ସାଲେପୁର: ଅବ୍ୟବସ୍ତା ଘେରରେ ହୋମିଓପାଥିକ ମେଡିକାଲ । ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ମେଡିକାଲ ଏବେ ପାଲଟିଛି ଭୁତ କୋଠି  । ନା ଡାକ୍ତର ଅଛନ୍ତି ନା ଚିକିତ୍ସା ପାଇଁ ଏଠାକୁ ରୋଗୀ ଆସୁଛନ୍ତି । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଏ ହେଉଛି ଖୋଦ କଟକ ଜିଲ୍ଲାର ଚିତ୍ର । ୧୯୮୮ ମସିହାରେ ପ୍ରତିଷ୍ଠା ହୋଇଥିଲା ସରକାରୀ ହୋମିଓପାଥି ମେଡିକାଲ । ମାତ୍ର ଏହି ମେଡ଼ିକାଲ ପ୍ରାୟ ଦୀର୍ଘ ଦିନ ହେବ ତାଲା ପଡ଼ି ରହୁଛି ।

ସୂଚନା ଅନୁଯାୟୀ, କେତେବେଳେ ଡାକ୍ତରଖାନା ଖୋଲେ ତ ଆଉ କେତେବେଳେ ବନ୍ଦ ହୁଏ । ସେକଥା କିନ୍ତୁ ଗାଁ ଲୋକେ ଜାଣନ୍ତି ନାହିଁ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ହୋମିଓପାଥି ମେଡିସିନର ଆବଶ୍ୟକତା ରହିଥିବା ବେଳେ ଡ଼ାକ୍ତର ଖାନାରେ ତାଲା ଝୁଲୁଛି । ଯାହାକୁ ନେଇ ରାଜ୍ୟରେ କରୋନା ସ୍ଥିତି ବଢ଼ୁଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆଖପାଖ ଅଞ୍ଚଳର ଲୋକେ । ଗାଁ ଲୋକଙ୍କ ସୁବିଧା ପାଇଁ ସରକାର ତିଆରି କରିଛନ୍ତି ହୋମିଓପାଥି ମେଡିକାଲ ।

ହେଲେ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ଉପରିସ୍ଥ ଅଧିକାରୀ ମାନଙ୍କୁ ଗୁହାରି ମଧ୍ୟ କରିଛନ୍ତି ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ନାହିଁ ନ ଥିବାର ଅସୁବିଧାର ସଂମ୍ବୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

Leave a Reply