ଶୀତ ଦିନେ କିପରି ନେବେ ଓଠର ଯତ୍ନ ? ଜାଣନ୍ତୁ କିଛି ଘରୋଇ ଟିପ୍ସ
1 min readଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ । ତେବେ ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣ ଘରୋଇ ଉପଚାର କରି ଏହି ସମସ୍ୟାସୁ ଆସ୍ୱସ୍ଥି ପାଇପାରିବେ ।
- ଓଠରେ ମହୁ, ନଡ଼ିଆ ତେଲ କିମ୍ବା ଅଲିଭ୍ ତେଲ ଲଗାନ୍ତୁ। ଏହାଦ୍ୱାରା ଓଠ ଫାଟିବ ନାହିଁ ବରଂ ନରମ ରହିବ।
- ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍ ପରେ ଉଷୁମ ପାଣିରେ ଧୁଅନ୍ତୁ।
- ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କିମ୍ବା ଗ୍ଲିସେରିନ୍ରେ ଗୋଳାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ।
- ଗୁଡ଼ରେ ଅଲିଭ୍ ତେଲ ଓ ମହୁ ଫେଣ୍ଟି ଲଗାଇପାରିବେ। ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା କମେ।
- ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳ ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ।
- ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଜଳଶୁଷ୍କତା ପ୍ରତି ଦିନ ଓଠରେ ଥରେ, ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ୱାରା ଓଠକୁ ଆର୍ଦ୍ର ରହିବ, ଫାଟିବ ନାହିଁ ଏବଂ ସମସ୍ୟାରୁ ଅତି ସହଜରେ ଆପଣଙ୍କୁ ଛୁଟକାରା ମିଳିବ ।
')}