ଆରମ୍ଭ ହୋଇଛି ହୋମ ଭୋଟିଂ, କେମିତି ସାମିଲ ହେବେ ଜାଣନ୍ତୁ ?
ଭୁବନେଶ୍ୱର : ଦେଶର ସବୁଠୁ ବଡ଼ ପର୍ବ ଗଣତନ୍ତ୍ର । ଏହି ଗଣତନ୍ତ୍ରର ବଡ଼ ପର୍ବରେ ସାମିଲ ହୋଇ ମତଦାନ କରିବାକୁ ଆଉ ଯିବାକୁ ପଡି଼ବନି ପୁଲିଂ ବୁଥ । ଏଥର ଘରେ ବସି ଭୋଟ ଦେଇପାରିବେ ଭୋଟର। ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ ହୋଇଛି ହୋମ ଭୋଟିଂ। ଖୋଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଜିଲ୍ଲାରେ ଥିବା ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ରହି ଭୋଟଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଅବସରରେ ପୁଲିଂ ଅଫିସର ମାନେ ବିଭିନ୍ନ ଲୋକଙ୍କ ଘରକୁ ଯାଇ ହୋମ ଭୋଟିଂ କରାଇଥିଲେ। ଦିବ୍ୟାଙ୍ଗ ଓ ୮୫ରୁ ଅଧିକ ବର୍ଷର ବୃଦ୍ଧ ଆଉ ବୃଦ୍ଧା ମାନେ ଘରେ ବସି ବାଲାଟ ପେପର ଜରିଆରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ଆଜି ଭୁବନେଶ୍ୱର ରେ ୧୨୨ ମଧ୍ୟ ନିର୍ବାଚନମଣ୍ଡଳିର ଡକ୍ଟର ସୃତି ମହାପତ୍ର ଓ ଲକ୍ଷ୍ମୀସାଗର ଅଂଚଳର ଜଣେ ବୃଦ୍ଧ ନିଜତ ମତଦାନ କରିଛନ୍ତି। ଜିଲ୍ଲାରେ ମୋଟ ୧୭୦୪ ଜଣ ଭୋଟର ନିଜର ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଋର୍ଦ୍ଧ ଏବଂ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ପୂର୍ବରୁ ଘରେ ରହି ଭୋଟ ଦେବା ପାଇଁ ସେମାନଙ୍କଠାରୁ ସ୍ୱୀକୃତି ଗ୍ରହଣ କରାଯାଇଥିଲା ।