ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ପ୍ରବାସୀଙ୍କ ସନ୍ଦେହ ଜନକ ମୃତ୍ୟୁ !

1 min read

ବେତନଟୀ: ଦେଶରେ କରୋନାର କାୟା ବିସ୍ତାର ହେଉଥିବା ବେଳେ ବିଭିନ୍ନ ଖରାପ ପରିସ୍ଥିତ ଦେଇ ଗତି କରୁଛି ଦେଶ । ସେହି ଭଳି ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି । ଲକଡାଉନ ପାଇଁ ସବୁ କାର୍ଯ୍ୟ ଠପ୍ ହୋଇଯାଇଛି ଏଭଳି ପରିସ୍ଥିତିରେ ଘର ମୁହାଁ ହେଉଛନ୍ତି ପ୍ରବାସୀ । ତାପରେ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରେ ମଧ୍ୟ ସେମାନଙ୍କୁ ରଖାଯାଉଛି  । କିଏ ସେଠାରୁ ଠିକ୍ ହୋଇ ଘରକୁ ଫେରୁଛି ତ କିଏ ସେଠାରେ ହିଁ ମୃତ୍ୟୁ ବରଣ କରୁଛି । କିନ୍ତୁ କିଛି ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରି ମୃତ୍ୟୁ ବରଣ କରୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭାଲୁବସା ତାରାଶୋଳ ଅଞ୍ଚଳରେ ।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଞ୍ଚଳରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡିଆଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ପରେଶ ଚନ୍ଦ୍ର ମହାନ୍ତ, ସେ ନିକଟରେ ଗୁଜରାଟରୁ ଫେରିଥିଲେ । ପ୍ରଥମେ ବେତନଟୀରେ ଥିବା ସଂଗରୋଧ କେନ୍ଦ୍ରରେ ଥିଲେ । ଏହାପରେ ଘରେ ୩ ଦିନ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପତ୍ନୀ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି । ମୃତଦେହକୁ କେହି ଛୁଇଁନଥିବାରୁ ଏହା ଘର ବାହାରେ ପଡିରହିଛି ।

https://youtu.be/9hA8drtyMWU

Leave a Reply