ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ବିବୃତ୍ତି ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଗୃହରେ ବିବୃତ୍ତି ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହା ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ବୋଲି କହିଛନ୍ତି ମନ୍ତ୍ରୀ। ଉପଯୁକ୍ତ ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରିଛି କମିଶନରେଟ ପୋଳିସ। ନିଜେ ଡିସିପି ଏହାର ତଦାରଖ କରୁଛନ୍ତି। ଏ ଦିଗରେ ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅଭିମୁଖ୍ୟକୁ ବଜାୟ ରଖାଯିବ।

ଯିଏ ବି ଦୋଷୀ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବାକୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ବଡଗଡ ଥାନା ପୋଲିସ କରୁଥିବା ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଲୋକାଲ୍ ଗାର୍ଡିଆନ୍‌ଙ୍କ ଉପସ୍ଥିତିରେ ରୁଚିକାଙ୍କ ପକେଟ୍‌ରୁ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ପରିବାର ଲୋକଙ୍କ ତଥ୍ୟ ଓ ସୁଇସାଇଡ୍‌ ନୋଟ୍‌ରେ ଥିବା ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଗୁରୁତ୍ବର ସହ ନେଇ ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।