ଲକ୍ଡାଉନ୍ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିଲେ ଶାହ
1 min readନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମଇ ୩୧ ପରେ ଲକ୍ଡାଉନ୍କୁ କାର୍ଯ୍ୟକାରୀ କରିବା ନେଇ ସେମାନଙ୍କ ମତାମତ ଲୋଡ଼ିଛନ୍ତି ଶ୍ରୀ ଶାହ । ଲକ୍ଡାଉନ୍ ୪.୦ ଶେଷ ହେବାର ୩ ଦିନ ପୂର୍ବରୁ ଫୋନ୍ ଯୋଗେ କଥା ହୋଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିଛନ୍ତି ଶାହ । ସୂଚନା ଯେଗ୍ୟ ମାର୍ଚ୍ଚ ୨୫ ତାରିଖରେ ସାରାଦେଶରେ ଲାଗୁ ହୋଇଥିଲା ଲକ୍ଡାଉନ୍ । ଇତିମଧ୍ୟରେ ଲକ୍ଡାଉନ୍ର ୩ ପର୍ଯ୍ୟାୟ ଶେଷ ହୋଇଛି । ଏବଂ ୪ର୍ଥ ପର୍ଯ୍ୟାୟ ଜାରି ରହିଛି । ଏଭଳି ସମୟରେ ଆଗକୁ ଲକ୍ଡାଉନକୁ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ମତାମତା ଲୋଡ଼ିଛନ୍ତି ଅମିତ ଶାହ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Home Minister Amit Shah spoke to Chief Ministers to get their views on #CoronavirusLockdown. (File pic) pic.twitter.com/S5cs8cxscq
— ANI (@ANI) May 28, 2020