ଲାଗୁ ହୋଇପାରେ ଲକଡାଉନ ୫.୦ ! ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୃହମନ୍ତ୍ରୀ
1 min readନୂଆଦିଲ୍ଲୀ: କରୋନା ଭାଇରସ୍ ଭଳି ମହାମାରୀରୁ ବଞ୍ଚିବା ପାଇଁ ଦେଶ ବ୍ୟାପି ଲକଡାଉନ୍ ଲାଗୁ କରାଯାଇଛି । ଏହି ଲକଡାଉନକୁ ୩୧ମେ ପର୍ଯ୍ୟନ୍ତ ବଢାଯାଇଛି ଯାହାର ଅବଧି ରବିବାର ଦିନ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଦେଶରେ ଲକଡାଉନର ପର୍ଯ୍ୟାୟ ଆହୁରି ବଢିପାରେ । ଯଦିଓ ଲକଡାଉନ ୫.୦କୁ ନେଇ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ ।
ଗୃହମନ୍ତ୍ରୀ ଅମିତ ଶାହ ଲକଡାଉନ୍ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଭେଟିଛନ୍ତି । ତେଣୁ ଏବେ ଆଉ ଏକ ଲକଡାଉନର ଆଶା କରାଯାଉଛି । ଲକଡାଉନ ବଢାଇବାକୁ ନେଇ ପ୍ରଥମ ସଙ୍କେତ ଶୁକ୍ରବାର ଦିନ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାବନ୍ତ ଦେଇଥିଲେ । ଯେଉଁଥିରେ ଲକଡାଉନକୁ ଆଉ ୧୫ଦିନ ପର୍ଯ୍ୟନ୍ତ ବଢାଇବାକୁ ଦାବି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେବା ପରେ ମୁଖ୍ୟମନ୍ତ୍ରୀ ସାବନ୍ତ କହିଛନ୍ତି ଯେ, କରୋନାର ଗ୍ରାଫ୍ ବଢୁଛି, ଏମିତିରେ ୧୫ଦିନ ପର୍ଯ୍ୟନ୍ତ ଲକଡାଉନ ବଢାଇବାର ଆବଶ୍ୟକତା ରହିଛି ।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଥିଲେ
ଆପଣଙ୍କୁ କହି ରଖୁଛୁ ଯେ, ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଲକଜାଉନ ୪.୦ର ସମାପ୍ତ ହେବାକୁ ଥିବା ଅବଧିକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା ମଧ୍ୟ କରିଥିଲେ । ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ୩୧ମେ ପରେ ଲକଡାଉନ ଉପରେ ସେମାନଙ୍କ ମତାମତ କଣ ଏବଂ ଆଗକୁ ସେମାନେ କଣ ଭାବୁଛନ୍ତି ଏହା ଉପରେ ଚର୍ଚ୍ଚା ହୋଇଥିଲା ।
କୁହାଯାଉଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କିଛି କହିବେ । ଏହାକୁ ନେଇ ଅନୁମାନ ଲଗାଯାଉଛି ଯେ, ଲକଡାଉନକୁ ଆଉ ୨ ସପ୍ତାହକୁ ବଢାଇପାରନ୍ତି ପ୍ରଧାନମନ୍ତ୍ରୀ ।
ଅନ୍ୟପଟେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ପୁଣେ, ଠାଣେ, ଇନ୍ଦୋର, ଅହମଦାବାଦ, ଜୟପୁର, ସୁରତ ଏବଂ କଲିକତାରେ କରୋନାର ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସହରଗୁଡ଼ିକରେ ଦେଶରେ ସମୁଦାୟ ସଂକ୍ରମିତଙ୍କ ୭୦ ପ୍ରତିଶତ ରହିଛନ୍ତି ।