ପାକିସ୍ତାନରେ ବଢୁଛି ରାଜନୈତିକ ସଙ୍କଟ ; ପିଟିଆଇରୁ ଇସ୍ତଫା ଦେଉଛନ୍ତି ନେତା

1 min read

ଇସଲାମାବାଦ:  ପାକିସ୍ତାନ ତେହରିକ-ଇ-ଇନସାଫ ଦଳ ଛାଡି଼ବା ଲାଗି ବହୁ ନେତାଙ୍କୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦଳର ନେତା ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କୁ ବାଧ୍ୟ କରାଯିବାରୁ ସେ ପିଟିଆଇରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ହଜାର ହଜାର ଦଳୀୟ କର୍ମୀଙ୍କୁ ଅଟକ ରଖାଯୟାଇଛି ବୋଲି ସେ କହିଛନ୍ତି ।

ନିକଟରେ ଇମ୍ରାନଙ୍କ ପୂର୍ବତନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ସାଧାରଣ ସମ୍ପାଦକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଆସଦ ଉମର ପିଟିଆଇ ତ୍ୟାଗ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏଭଳି ସଙ୍କଟ କେବେ ଉପୁଜି ନ ନଥିଲା ବୋଲି କହିଛନ୍ତି ଇମ୍ରାନ ।

ପାକିସ୍ତାନରେ ପିଟିଆଇକୁ ନିଷିଦ୍ଧ କରିବା ଲାଗି ଯୋଜନା ଚାଲିଥିବାବେଳେ ପିଟିଆଇର କର୍ମୀଙ୍କୁ ଗିରଫ କରିବା ଇମ୍ରାନଙ୍କ ଲାଗି ଚିନ୍ତାର କାରଣ ହୋଇଛି । ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ । ୧୯୬୦ରେ ଜମାତ-ଇ-ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ସରକାର ଏପରି ହୀନ ଉଦ୍ୟମ କରୁଥିବା ଦଳ ପକ୍ଷରୁ କୁହାଯାଇଛି ।