ଛଟ୍ ରେ ୬ଟି ପବିତ୍ର  ଫଳ: ଜାଣନ୍ତୁ ଏହି ୬ଟି ଫଳ ଯାହା ଛଟୀ ମାଙ୍କର ଅତି ପ୍ରିୟ

1 min read

ଛଟ୍ ପୁଜାରେ ଛଟୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ତାଙ୍କର ପ୍ରିୟ ଜିନିଷ ଏକାଠି କରିବାରେ ଲାଗି ପଡନ୍ତି  । କିଏ ହାଟରୁ ତାଙ୍କ ପ୍ରିୟ ସାମଗ୍ରୀ ଆଣନ୍ତି ତ କିଏ ପୂଜା ଘାଟ ପ୍ରସ୍ତୁତରେ ଲାଗନ୍ତି  । କିନ୍ତୁ ଛଟୀ ମାଆଙ୍କ ପ୍ରିୟ ୬ଟି ଫଳ ଆଣିବାକୁ କେବେ ବ ଭୂଲିବେ ନାହିଁ । ଚାଲନ୍ତୁ ଜାଣିବା କଣ ସେଇ ୬ଟି ଫଳ ଯାହା ଛଟୀ ମାଙ୍କର ଅତି ପ୍ରିୟ…

୧- ନଡିଆ

 

ନାରିକେଳ ସବୁଠାରୁ ଶୁଭ ଓ ପବିତ୍ର  ଫଳ  । ସେଥିପାଇଁ  ଛଟ୍ ପୂଜାରେ ନଡିଆର ବିଶେଷ ମହତ୍ବ ଥାଏ । ପୂଜା ଡାଲାରେ ଗୋଟିଏରୁ ଅଧିକ ନଡିଆ ମଧ୍ୟ ପୂଜା କରାଯାଏ  । ନାରିକେଳର ଆବରଣ ମୋଟା ହେତୁ ଏହାକୁ କୌଣସି  ପଶୁ ପକ୍ଷୀ ଅଇଁଠା କରି ପାରନ୍ତି ନାହିଁ  । ସେ ଦୃଷ୍ଟିରୁ ଏହି ପବିତ୍ର ନାରିକେଳ ମାଙ୍କର ପ୍ରିୟ ଫଳ  ।

୨- କଦଳୀ

ନଡିଆ ଭଳି କଦଳୀର ମଧ୍ୟ ପୂଜାରେ ବିଶେଷ ସ୍ଥାନ ରହିଛି  । କଦଳୀ ବିଷ୍ଣୁଙ୍କର ପ୍ରିୟ ଫଳ ହୋଇଥିବା ବେଳେ ଏହାର ପତ୍ରରେ ବିଷ୍ଣୁ ବାସ କରୁଥିବା ବିଶ୍ବାସ କରାଯାଏ  । ତା ସହ ଏହା ପାଚିବା ପୂର୍ବରୁ କାନ୍ଦୀକୁ କାଟି ଘରେ ରଖି ପଚାଯାଏ । ଯାହା ଦ୍ବାରା ଏହାକୁ କୌଣସି ପଶୁ ପକ୍ଷୀ ଅଇଁଠା କରିପାରନ୍ତି ନାହିଁ  । ଏହି ପବିତ୍ର ଫଳରେ ଛଟୀ ମାତାଙ୍କୁ ପ୍ରସନ୍ନ କରିବା ସହ ଲୋକେ ମନୋସ୍କାମନା ପୂରଣ ପାଇଁ କଦଳୀ କାନ୍ଦି ଚଢାଇଥାଆନ୍ତି  ।

୩-  ଆଖୁ

ଛଟ ପୂଜାରେ ଆଖୁର ବିଶେଷ ମହତ୍ବ ରହିଛି  । କୁହାଯାଏ ଆଖୁର ପବିତ୍ରତା ପାଇଁ ଛଟୀ ମାତାଙ୍କର ଏହା ଖୁବ ପ୍ରିୟ  । ଏହି ଦିନ ଆଖୁ ପୂଜା କରିବା ସହ କେହି କେହି ଆଖୁରେ ଘର କରି ସେଥିରେ ହାତୀ ରଖି ପୂଜା କରିଥାଆନ୍ତି ।

୪- ବାତାପି ଲେମ୍ବ

ସାମାନ୍ୟ ଲେମ୍ବୁ ଠାରୁ  ବଡ ଓ ଖଟାମିଠାର ଏହି ଫଳ ଛଟୀମାତାଙ୍କର ଖୁବ ପ୍ରିୟ  । ଏହାର ଚୋପା ମୋଟା ହୋଇଥିବାରୁ କୌଣସି ପଶୁ ପକ୍ଷୀ ଏହାକୁ ଖାଇପାରନ୍ତି ନାହିଁ  । ଏହାର ପବିତ୍ରତା ପାଇଁ ଏହି ଲେମ୍ବୁ ମାଙ୍କର ପ୍ରିୟ  ।

୫- ଗୁଆ

କୌଣସି ବି ଶୁଭ କାର୍ଯ୍ୟରେ ଗୁଆର ସ୍ଥାନ ସ୍ବତନ୍ତ୍ର । ଗୁଆରେ ପୁଜା ସଂଙ୍କଳ୍ପ କରାଯାଉଥିବା ବେଳେ ମା ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ  । ଏହାର ଶକ୍ତ ଆବରଣ ପାଇଁ ଏହାକୁ ମଧ୍ୟ ପଶୁପକ୍ଷୀ ଅଇଁଠା କରିପାରନ୍ତି ନାହିଁ  । ସେଥିପାଇଁ ଛଟୀ ମାଁଙ୍କର ଏହା ଖୁବ ପ୍ରିୟ  ।

୬- ପାଣି ସିଂଘଡା

ପାଣିରେ ଫଳୁଥିବା ଏହି ପାଣି ସିଂଘଡା ମା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ  । ଏହାକୁ ରୋଗନାଶକ ଓ ଶକ୍ତିବର୍ଦ୍ଧକ କୁହାଯାଉଥିବା ବେଳେ ଆୟୁର୍ବେଦରେ ଏହା ଏକ ଗୁଣକାରୀ ଫଳ  । ପାଣିରେ ହେଉଥିବା ଏହି ଫଳର ଆବରଣ ମୋଟା ହେତୁ ଏହା ମଧ୍ୟ ପଶୁ ପକ୍ଷୀଙ୍କ ଦ୍ବାରା ଅଇଁଠା ହୁଏ ନାହିଁ  । ତେଣୁ ଏହା ଛଟୀ ମାଁ ଙ୍କର ଅତି ପ୍ରିୟ  । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.