spot_img

Latest Posts

ସମ୍ଭାବ୍ୟ ବାତ୍ୟା; ବାତିଲ୍ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ । ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଗଲା । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।

ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟରୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ।

ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।

Latest Posts

Don't Miss