ଭୋଟ ପାଇଁ ଛୁଟି ଘୋଷଣା, ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି 

ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି  । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ  । କର୍ମଚାରୀ ଛୁଟି ମାଗିଲେ ଉକ୍ତ ସଂସ୍ଥା ଛୁଟି ଦେବା ବାଧ୍ୟତାମୂଳକ  । ନଚେତ ଏହା ଆଇନ ଅନୁଯାୟୀ ଅପରାଧ ବୋଲି କହିଛି ଶ୍ରମ ବିଭାଗ  ।

ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ  । ଆସନ୍ତା ୧୬,୧୮,୨୦,୨୨ ଓ ୨୪ରେ ରାଜ୍ୟରେ ପଡିବ ଭୋଟ  । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶ୍ରମ ବିଭାଗ  । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି  ।

 

Leave a Reply