ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଲେ ହୋଲି ପର୍ବ

ନନ୍ଦିଘୋଷ ବ୍ୟୁରୋ ; ଆଜି ରଙ୍ଗର ପର୍ବ ହୋଲି । ଗାଁରୁ ସହର ଯାଏଁ ରଙ୍ଗ ଉତ୍ସବରେ ମସଗୁଲ ସମସ୍ତେ । ବିଦେଶରେ ମଧ୍ୟ ହୋଲି ପର୍ବ ପାଳନ କରାଯାଇଛି । ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ହୋଲି ପର୍ବ । ସାଉଦି ଆରବର ବଡ ପର୍ବ ରମଜାନ ଚାଲିଥିବାରୁ ପ୍ରବାସୀ ଓଡ଼ିଆ ମାନେ ଜୁବେଲ ସିଟି ଠାରୁ ୪୦ କିଲୋମିଟର ଦୁରକୁ ଯାଇ ଏକ ଡେଜେର୍ଟ କ୍ୟାମ୍ପ ଠାରେ ରଙ୍ଗର ପର୍ବ ହୋଲିକୁ ଧୂମଧାମରେ ପାଳନ କରିଛନ୍ତି । ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗେଇବା ସହ ଗୀତ ଓ ନାଚରେ ଝୁମିଛନ୍ତି । ଏହି ଅବସରରେ ଭୋଜିର ଆୟୋଜନ କରାଯାଇଥିଲା । ଛୋଟ ପିଲାମାନେ ଲୁଡୋ ମଧ୍ୟ ଖେଳିଥିଲେ । ଏଥିରେ ବିଭୁ ଦାସ, ବସନ୍ତ ସାହୁ, ବହିଦର ବାବୁ, ରବୀନ୍ଦ୍ର, ମନୋଜ, ସମ୍ବିତ, ମାନସ, ଭଗବାନଙ୍କ ସମେତ ଅନେକ ପ୍ରବସୀ ଭାରତୀୟ ଯୋଗ ଦେଇଥିଲେ ।