ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

1 min read

ଭୁବନେଶ୍ୱର: ଆଜି ହେଉଛି ଭାଇଚାରାର ପର୍ବ ହୋଲି  । ହେଲେ ଭାଇଚାରାର ପର୍ବରେ ଭୂତାଣୁ ଭରିଦେଇଛି ଭୟ । କରୋନା ପାଇଁ ହୋଲି ଖେଳିବା ଉପରେ କଟକଣା ଜାରି କରିଛି ପ୍ରଶାସନ । ଘରେ ରହି ହୋଲି ଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀରେ ହୋଲି କଟକଣା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନରେ କଡ଼ା ନଜର ରଖିବ ପୋଲିସ । ପାଟ୍ରୋଲିଂ ପାଇଁ ୨୦ PCR ଭ୍ୟାନ୍, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେଇଛନ୍ତି । BMC ଗାଇଡ୍‌ଲାଇନ୍ ମାନିବାକୁ ରାଜଧାନୀବାସୀଙ୍କୁ ଭୁବନେଶ୍ବର ଡିସିପି ଅପିଲ୍ କରିଛନ୍ତି । ବାହାରେ ହୋଲି ଖେଳନ୍ତୁ ନାହିଁ, ନିଜ ପରିବାର ସହ ହୋଲି ଖେଳିବା ପାଇଁ ଆହ୍ବାନ କରିଛନ୍ତି ଡିସିପି  । ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି  ।

          ସମ୍ପ୍ରତି ଦେଶ ଏବଂ ରାଜ୍ୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଖାଯାଉଥିବା ବେଳେ କଟକଣା ମଧ୍ୟରେ ହୋଲି ପାଳନ ନେଇ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମ୍ପୂର୍ଣ୍ଣ ସତର୍କତାର ସହ ଏବଂ ନିଜର ପରିବାର ବର୍ଗଙ୍କ ସହ ବାହାରକୁ ନ ଯାଇ ହୋଲି ପାଳନ୍ତୁ । ହୋଲି ଖେଳ ଯେପରି କରୋନା ଅଧିକ ବ୍ୟାପିବାର କାରଣ ନହେଉ । ରଙ୍ଗର ଏ ନିଆରା ପର୍ବ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।

ଏଥିସହିତ ପଢ଼ନ୍ତୁ: ଦେଶରେ ଦିନକରେ ଚିହ୍ନଟ ହେଲେ ୬୨,୭୧୪ ସଂକ୍ରମିତ

Leave a Reply