କରୋନା କଟକଣାରେ ଦେଶ ପାଳୁଛି ହୋଲି; ପ୍ରଧାନମନ୍ତ୍ରୀ ଦେଲେ ଶୁଭକାମନା
1 min readନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ୍ କାୟା ମେଲାଇଦେଇଛି । ତେଣୁ କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ରଙ୍ଗର ପର୍ବ ହୋଲି । କୋଭିଡର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । କେବଳ ଘରେ ନିଜପରିବାର ସହ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବଡ଼ ବଡ଼ ନେତାମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଜୋଶ୍ ଏବଂ ନୂତନ ଶକ୍ତି ସଂଚାର କରୁ ।
आप सभी को होली की ढेर सारी शुभकामनाएं। आनंद, उमंग, हर्ष और उल्लास का यह त्योहार हर किसी के जीवन में नए जोश और नई ऊर्जा का संचार करे।
— Narendra Modi (@narendramodi) March 29, 2021
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଆପଣ ସମସ୍ତଙ୍କୁ ହୋଲିର ଅନେକ ଶୁଭକାମନା । ଏହି ଆନନ୍ଦ ଏବଂ ଉଲ୍ଲାସର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଜୋଶ୍ ଏବଂ ନୂଆ ଶକ୍ତି ଯୋଗାଉ।”
समस्त देशवासियों को ‘होली’ के पावन पर्व की हार्दिक शुभकामनाएं।
रंग-उमंग, एकता और सद्भावना का यह महापर्व आप सभी के जीवन में सुख, शांति और सौभाग्य लाए। pic.twitter.com/5ZAdWKjEJ3
— Amit Shah (Modi Ka Parivar) (@AmitShah) March 29, 2021
ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, “ହୋଲିର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗ, ଉତ୍ସାହ, ଏକତା ଏବଂ ଆନନ୍ଦର ଏହି ମହାପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସୌଭାଗ୍ୟ ଆଣୁ।”
होली के पर्व पर सभी देशवासियों को हार्दिक शुभकामनाएँ। रंगो का यह त्योहार आप सभी के जीवन में हर्ष और उल्लास के साथ साथ उत्तम स्वास्थ्य एवं समृद्धि लेकर आए।
Greetings to everyone on the occasion of Holi. May this festival of colours bless you with happiness, health & prosperity. pic.twitter.com/D4cehpWfrG
— Rajnath Singh (मोदी का परिवार) (@rajnathsingh) March 29, 2021
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ହୋଲି ପର୍ବରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗର ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ଆନ୍ନଦ ଉଲ୍ଲାସର ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣୁ ।”
ଅନ୍ୟପଟେ ଦେଶରେ ବଢୁଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ହୋଲି ପାଇଁ କଟକଣା ଲଗାଯାଇଛି । ମହାରାଷ୍ଟ୍ରରେ ଗତକାଲି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।