ହୋଲଡିଂ ଟ୍ୟାକ୍ସ ଦେବା ପାଇଁ ବ୍ୟସ୍ତ ହୁଅନ୍ତୁନି, ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା

ଭୁବନେଶ୍ୱର: ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟିକସ ଉପରେ ରିହାତି ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରିହାତି ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିବା ବେଳେ, ବର୍ତ୍ତମାନ ଏହାକୁ ପୁଣିଥରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ତେବେ ରିହାତି ଶତକଡା ୧୦ ପ୍ରତିଶତରୁ ବୃଦ୍ଧି ନକରିବାକୁ ମଧ୍ୟ ନିର୍ଦେଶ ରହିଛି ।

ସାଧାରଣତଃ ବିଭିନ୍ନ ପୌରସଂସ୍ଥା ଲୋକଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟିକସ କ୍ଷେତ୍ରରେ ଏହି ରିହାତି ଦେଇଥାନ୍ତି । ଫଳରେ ଏକକାଳୀନ ବାର୍ଷିକ ଟିକସ ପୈଠ କଲେ ଲୋକଙ୍କୁ ଏହି ସୁବିଧା ଉପଲବ୍ଧ ହେବ । ରାଜ୍ୟର ସମସ୍ତ ପୌରସଂସ୍ଥା ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ଏହି ରହାତି ଦେଇଥାନ୍ତି । ଏପ୍ରିଲ ମାସରୁ ଜୁନ୍ ମାସ ମଧ୍ୟରେ ବର୍ଷକର ଟିକସ ପ୍ରଦାନ କଲେ ଏହି ରିହାତି ମିଳିଥାଏ । ଏହି ରିହାତି ଅବଧି ବୃଦ୍ଧି ଫଳରେ ଲୋକେ ଟିକସ ପଇଠ କରିବାକୁ ଆଗେଇ ଆସିବା ସହ ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

Leave a Reply