ହକି ବିଶ୍ବକପ୍: ଆଜି ଦୁଇଟି ମ୍ୟାଚ୍, ଭାରତ-ଇଂଲଣ୍ଡ ଟକ୍କର

1 min read

ରାଉରକେଲା: ହକି ବିଶ୍ବକପର ତୃତୀୟ ଦିନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୫ଟାରେ ସ୍ପେନ ଓ ଓ୍ବେଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ସନ୍ଧ୍ୟା ୭ଟାରେ ଇଂଲଣ୍ଡକୁ ଭେଟିବ ଭାରତ । ଭାରତ ନିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଭଲ କରିବ ବୋଲି ଆଶା କରାଯାଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ କୌଣସି ମ୍ୟାଚ୍ ନାହିଁ ।

ଗତକାଲି ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ, ନେଦରଲ୍ୟାଣ୍ଡ, ବେଲଜିୟମ ଓ ଜର୍ମାନୀ ବିଜୟୀ ହୋଇଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ଚିଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା ୩-୧ ଗୋଲରେ ମ୍ୟାଚ ଜିତିଥିଲା ନ୍ୟୁଜିଲାଣ୍ଡ । ସେହିପରି ଅପରାହ୍ଣ ୩ ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡ ଓ ମାଲେସିଆ । ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡ । କଳିଙ୍ଗରେ କୋରିଆ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜୟମର ବୃହତ ବିଜୟ ହାସଲ କରିଥିଲା । କୋରିଆକୁ ୫-୦ ଗୋଲରେ ପରାସ୍ତ କରିଥିଲା ବେଲଜିୟମ । ସେହିପରି କଳିଙ୍ଗରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା ।