ହକି ବିଶ୍ୱକପ୍: ଇଂଲଣ୍ଡକୁ ସୁଟ ଆଉଟରେ ହରାଇ ସେମିରେ ଜର୍ମାନୀ

1 min read

ଭୁବନେଶ୍ୱର: ସେମିଫାଇନାଲରେ ଜର୍ମାନୀ । ସୁଟଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ କ୍ୱାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଜର୍ମାନୀ ଓ ଇଂଲଣ୍ଡ । ଏହି ମ୍ୟାଚ ଆରମ୍ଭରୁ ଜର୍ମାନୀ ଉପରେ ଭାରି ପଡ଼ିଥିଲା ଇଂଲଣ୍ଡ । ଆରମ୍ଭରୁ ପ୍ରଥମ ଦୁଇଟି ଗୋଲ ସ୍କୋର କରି ଜର୍ମାନୀ ଉପରେ ଚାପ ସୃଷ୍ଟି କରିଥିଲା ଇଂଲଣ୍ଡ । କିନ୍ତୁ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଦମଦାର କମବ୍ୟାକ୍ କରିଥିଲା ଜର୍ମାନୀ ।

ମ୍ୟାଚର ଶେଷ ଦୁଇ ମିନିଟରେ ଗୋଲ ସ୍କୋର କରି ଦମଦାର କମବ୍ୟାକ୍ କରିଥିଲା ଜର୍ମାନୀ । ଯାହାଫଳରେ ଏହି ମ୍ୟାଚ ୨-୨ରେ ଡ୍ର’ ରହିଥିଲା । ମ୍ୟାଚ୍ ଡ୍ର’ ରହିବା ପରେ ଖେଳ ସୁଟ ଆଉଟକୁ ଯାଇଥିଲା । ସୁଟଆଉଟରେ ଜର୍ମାନୀ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଆଜି ଚତୁର୍ଥ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ନେଦରଲାଣ୍ଡ୍ସ ଓ ସାଉଥ କୋରିଆ ।