ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ବିଶ୍ୱକପ ହକି ୨୦୨୩ର କପ୍। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବିଏମସିର ପ୍ରସ୍ତୁତି। ସ୍ମାର୍ଟ ଜନପଥରେ ଯାତାୟାତ ବନ୍ଦ କରି ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମିନି ମାରାଥନ ସହ ଆୟୋଜିତ ହେବ ବିଭିନ୍ନ ପ୍ରକାର ପ୍ରତିଯୋଗିତା।
ଏହାସହ ଭୁବନେଶ୍ୱରକୁ ଫେରିବ ରାହାଗିରି। ଏଣିକି ପୂର୍ବଭଳି ପ୍ରତି ରବିବାର ଆୟୋଜିତ ହେବ ରାହାଗିରି। ସୂଚନା ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ।

