ଜର୍ମାନୀ ପୁରୁଷ ହକି ବିଶ୍ବକପ ୨୦୨୩ ଚାମ୍ପିଅନ, ବେଲଜିୟମକୁ ହରାଇ ହେଲା ବିଶ୍ବ ବିଜେତା

1 min read

ଭୁବନେଶ୍ୱର: ଜର୍ମାନୀ ପୁରୁଷ ହକି ବିଶ୍ବକପ୍ ଚାମ୍ପିଅନ । ତୃତୀୟ ଥର ପାଇଁ ଚାମ୍ପିଅନ ଟାଇଟଲ ହାତେଇଲା ଜର୍ମାନୀ । ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବେଲଜିୟମକୁ ହରାଇ ବିଶ୍ବ ବିଜେତା ହୋଇଛି ଜର୍ମାନୀ । ବେଲଜିୟମକୁ ୪-୫ ଗୋଲରେ ପରାସ୍ତ କରିଛି ଦଳ । କଳିଙ୍ଗରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍ । ଖେଳ ଆରମ୍ଭରୁ କଡ଼ା ଟକ୍କର ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୩-୩ ଗୋଲରେ ବରାବର ରହିବା ପରେ ମ୍ୟାଚ ସୁଟଆଉଟକୁ ଯାଇଥିଲା । ତେବେ ସୁଟ ଆଉଟରେ ବାଜି ମାରି ନେଇଥିଲା ଜର୍ମାନୀ । ଫଳରେ ଜର୍ମାନୀକୁ ୨୦୨୩ ଚାମ୍ପିଅନ ଟାଇଟଲ ହାସଲ କରିଛି ।

ପୂର୍ବରୁ ୨୦୦୨ ଏବଂ ୨୦୦୬ରେ ବିଶ୍ବ ବିଜେତା ହୋଇଥିବା ଜର୍ମାନୀ ଏହି ଟାଇଟଲ ପରେ ତୃତୀୟ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇଛି । ଆଜି ଖେଳ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଖେଳ ଦେଖିବାକୁ କଳିଙ୍ଗ ଯାଇଥିଲେ । ପରେ ଅତିଥି ଭାବେ ସାମିଲ ହୋଇଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ଶୋରେନ୍ ।