କଳିଙ୍ଗରେ ଭାରତ-ଜର୍ମାନୀ କଡ଼ା ଟକ୍କର, ସୁଟ ଆଉଟ 2-1ରେ ଜିତିଲା ଜର୍ମାନୀ

1 min read

ଭୁବନେଶ୍ୱର: କଳିଙ୍ଗରେ କଡା ଟକ୍କର । ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମ ପରାସ୍ତ । ସୁଟ ଆଉଟ 2-1 ରେ ଭାରତକୁ ପରାସ୍ତ କରିଛି ଜର୍ମାନୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା FIH ପ୍ରୋ ଲିଗର ଆଜିର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚ 1-1 ରେ ଡ୍ର ରହିଥିଲା । ତେଣୁ ମ୍ୟାଚ ସୁଟ ଆଉଟକୁ ଯାଇଥିଲା । ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ନିରାଶ କରିଥିଲେ । ଉଭୟ ଟିମକୁ 5 ଟି ଲେଖାଏଁ ସୁଯୋଗ ମିଳିଥିବା ବେଳେ ଜର୍ମାନୀ 2 ଟି ଗୋଲ କରି ବାଜି ଜିତିନେଇଛି ।

ସୁଟଆଉଟରେ କେବଳ ଗୋଟିଏ ଗୋଲ ଦେଇପାରିଛି ଭାରତୀୟ ଟିମ୍ । ପ୍ରଥମେ ସୁଟଆଉଟରେ ଭାରତ ପକ୍ଷରୁ ନଭନୀତ କୌର ଗୋଟିଏ ଗୋଲ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଆଉ କେହି ଗୋଲ ଦେବାରେ ସକ୍ଷମ ହୋଇପାରି ନାହାନ୍ତି । ସେପଟେ ଜର୍ମାନୀ ପ୍ରଥମ ଗୋଲ ମିସ୍ କରିବା ପରେ ଦ୍ବିତୀୟରେ ପାଓଲିନ୍ ଗୋଟିଏ ଗୋଲ ଦେଇଥିଲେ । ତେବେ ଏହାପରେ ଦୁଇଟି ଗୋଲ ଭାରତ ଅଟକାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଶେଷରେ ଶାରା ଗୋଟିଏ ଗୋଲ ଦେବା ଫଳରେ 2-1 ଗୋଲରେ ମ୍ୟାଚ ହାତେଇ ନେଇଛି ଜର୍ମାନୀ