ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା

ଭୁବନେଶ୍ୱର: ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି । ଢ଼ାକାରେ ଡିସେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ ଏସିଆନ୍ ଚାମ୍ପିଅନ୍ ଟ୍ରଫି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ, କୋରିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏସିଆନ୍ ଚାମ୍ପିଅନ୍ ଟ୍ରଫିରେ କୋରିଆ, ଜାପାନ, ମାଲେସିଆ, ପାକିସ୍ତାନ ଓ ଆୟୋଜକ ବାଂଲାଦେଶ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ ।

Hockey India names 20 member Indian Men s team

ଭାରତୀୟ ହକି ଦଳର ନେତୃତ୍ୱ ମନପ୍ରୀତ ସିଂହ ନେଉଥିବା ବେଳେ ହରମନପ୍ରୀତ ସିଂହ ଉପଅଧିନାୟକ ଅଛନ୍ତି । ୨୦ ଜଣିଆ ଭାରତୀୟ ଦଳରେ ଅଛନ୍ତି ଓଡ଼ିଶାର ତିନି ଖେଳାଳି ସ୍ଥାନ ପାଇଛନ୍ତି । ଦୀପସାନ୍‌ ତିର୍କୀ, ନିଲମ ସଂଜୀପ, ଶିଳାନନ୍ଦା ଲାକ୍ରା ସ୍ଥାନ ପାଇଛନ୍ତି । ଟିମରେ କ୍ରୀଷ୍ଣା ବି ପାଠକ ଓ ସୁରଜ କରକେରା ଗୋଲକିପର ଭାବେ ସ୍ଥାନ ପାଇଛନ୍ତି । ଲଳିତ କୁମାର ଉପାଧ୍ୟାୟ, ଦୀଲପ୍ରିତ ସିଂହ, ଗୁରସହିବଜିତ୍ ସିଂହ ଓ ଶିଳାନନ୍ଦ ଲାକ୍ରା ଫରୱାର୍ଡ ଲାଇନରେ ଅଛନ୍ତି ।

୧୪ ତାରିଖରେ ଭାରତ କୋରିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୧୫ରେ ଆୟୋଜକ ବାଂଲାଦେଶକୁ ଭେଟିବ ଭାରତ । ୧୭ ତାରିଖରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୧୮ ତାରିଖରେ ମାଲେସିଆ, ୧୯ରେ ଜାପାନ ବିପକ୍ଷରେ ଖେଳିବ ଭାରତ । ୨୧ରେ ସେମି ଫାଇନାଲ ଓ ୨୨ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

Leave a Reply