ହକି ବିଶ୍ବକପ୍‌ ପାଇଁ ଭାରତୀୟ ଟିମ ଘୋଷଣା, ଉପଅଧିନାୟକ ଦାୟିତ୍ୱରେ ଓଡିଆ ଖେଳାଳୀ

1 min read

ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଘୋଷଣା ହେଲା ଭାରତୀୟ ଖେଳାଳିଙ୍କ ନାଁ । ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ଟିମରେ ଅମିତ ରୋହିଦାସଙ୍କ ସହ ନୀଲମ ସଂଜୀପ ଖେସ୍ ରହିଛନ୍ତି । ହରମନପ୍ରୀତ ସିଂ କ୍ୟାପଟେନ ଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଭାଇସ୍-କ୍ୟାପଟେନ୍ ରହିଛନ୍ତି ।

୧୮ ଜଣିଆ ଟିମରେ କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ଜରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ରହିଛନ୍ତି । ସେହିପରି ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ । ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ ।

ଆସନ୍ତା ଜାନୁଆରୀ ୧୩ରୁ ହକି ବିଶ୍ବକପ୍ ଆରମ୍ଭ ହେବ। ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ଇଂଲଣ୍ଡ, ସ୍ପେନ ଓ ଓ୍ୱେଲ୍ସ ସହ ଗ୍ରୁପ୍- ଡି’ରେ ରହିଛି ଭାରତ ।