ଅମୃତସରରୁ ଧରା ହେଲା ହିଜବୁଲ ମୁଜାହିଦ୍ଦିନ୍‌ର ସଦସ୍ୟ, କରୁଥିଲା ବଡ଼ ଯୋଜନା

1 min read
Know All About TRF That Claims Responsibility Of Murder Of 3 BJP Leaders In Kulgam

ଶ୍ରୀନଗର: ହିଜବୁଲ ମୁଜାହିଦ୍ଦିନ୍‌ର ଜଣେ ଆତଙ୍କୀ ସଦସ୍ୟଖୁ ଅମୃତସରରୁ ପଞ୍ଜାବ ପୋଲିସ ଗିରଫ କରିଛି । ତା’ଠାରୁ ୨୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ସେ କୌଣସି ଏକ ବଡ଼ ଦୁର୍ଘଟଣା ଘଟାଇବାକୁ ଯୋଜନା କରୁଥିଲା ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସର ସୂଚନା ଅନୁଯାୟୀ ଗିରଫ ଆତଙ୍କୀ ହେଉଛି ହିଲାଲ ଅହମଦ୍‌ର ପୁଅ ଅବ୍ଦୁଲ ସମଦ । ସେ ଜାମ୍ମୁକାଶ୍ମୀର ନୌଗ୍ରାମ ଅବନ୍ତିପୁରାର ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ରବିବାର ଦକ୍ଷୀଣ କାଶ୍ମୀରର କୁଲଗ୍ରାମରେ ସୁରକ୍ଷାବଳର ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ ଏହା ସହ ଭାରତୀୟ ଯବାନଙ୍କ ମଧ୍ୟରୁ ଜଣେ ମେଜର ମଧ୍ୟ ଆହତ ହୋଇଛନ୍ତି ।

ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା । ସେଥିରେ ପ୍ରଥମେ ଦୁଇ ଆତଙ୍କୀ ନିହତ ହୋଇଥିଲେ । ଏହାବାଦ୍‌ ମଧ୍ୟ ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ତେବେ ଉକ୍ତ ଅଞ୍ଚଳରେ ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଫଳରେ ସର୍ଚ୍ଚ ଅପରେସନ୍‌ ବେଳେ ଦୁଇ ଆତଙ୍କବାଦୀ ନିହତ  ହୋଇଥିଲେ ।

ସୂଚନା ଯୋଗ୍ୟ କରୋନା ମହାମାରୀ ପାଇଁ ସାରା ବିଶ୍ୱ ସମେତ ଭାରତ ଚିନ୍ତିତ ଥିବା ବେଳେ, ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଗତିବିଧିରେ କୌଣସି ସୁଧାର ଆସି ନାହିଁ । ଆତଙ୍କୀ ଗତିବିଧି ଲଗାତର ଭାବେ ଜାରି ରହିଛି । ଜାମ୍ମୁ କାଶ୍ମୀରର ବିଭିନ୍ନ ଘାଟିରୁ ପ୍ରତିଦିନ ଏନ୍‌କାଉଣ୍ଟର ଖବର ସାମ୍ନାକୁ ଆସୁଛି ।

Leave a Reply