ଏଡ୍ସ ରୋଗୀ ହୋଇଥିବାରୁ ମହିଳା ହେଲେ ହଟହଟା
1 min readରୋଗୀଙ୍କୁ ମେଡିକାଲରୁ ତଡ଼ିଦେଲେ ଡାକ୍ତର ଓ ନର୍ସ । ଏଡ୍ସ ରୋଗୀ ହୋଇଥିବାରୁ ଜଣେ ମହିଳା ଏଭଳି ହଟହଟା ହୋଇଛନ୍ତି । ବଲାଙ୍ଗୀରରେ ଏହି ଘଟଣା ଘଟିଛି । ଏଡ୍ସ ସାଧାରଣ ସଂକ୍ରାମକ ରୋଗ ହୋଇ ନଥିବା ଜାଣି ମଧ୍ୟ ଖୋଦ୍ ଡାକ୍ତର ଓ ନର୍ସ ଏଭଳି ଆଚରଣ କରଥିବା ଅଭିଯୋଗ ହୋଇଛି । କେହି ନଶୁଣିବାରୁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ରୋଗୀ । ଏନେଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ।
ବଲାଙ୍ଗିର ଜିଲ୍ଲା ସଇଁତଳା ଅଞ୍ଚଳର ଜଣେ ଏଡ୍ସ ଆକ୍ରାନ୍ତ ମହିଳାଙ୍କୁ ଗତ ୭ ତାରିଖରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବଲାଙ୍ଗୀର ଡାକ୍ତର ତାଙ୍କୁ ବୁର୍ଲା ପଠାଇ ଦେଇଥିଲେ । ଅର୍ଥାଭାବରୁ ମହିଳା ଜଣକ ଅକ୍ଷମତା ପ୍ରକାଶ କରି ବଲାଙ୍ଗିରରେ ହିଁ ଚକିତ୍ସା ପାଇଁ କହିଥିଲେ । କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ପୁଣି ବୁର୍ଲା ଯିବାକୁ କହି ଚିକିତ୍ସା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । ')}