କ୍ୟାନସର ପରେ ମିଳିଲା HIVର ଉପଚାର, ଟିକାର ଗୋଟିଏ ଡୋଜରେ ଏଡସ୍ ଖତମ !

1 min read

ନୂଆଦିଲ୍ଲୀ: କର୍କଟ ରୋଗ ପରେ ଏବେ HIV ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ହେବ ସମ୍ଭବ । ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ । ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ଆଶା ବଢ଼ାଇ ଦେଇଛି ଯେ HIV ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ ।

ବର୍ତ୍ତମାନ ସୁଦ୍ଧା HIV ଏଡସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଓୗଷଧ ଦ୍ୱାରା ଏହି ରୋଗ ବ୍ୟାପିବା ବନ୍ଦ ହୋଇପାରେ । ୨୦୨୦ରେ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭ କୋଟି ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ HIV ସଂକ୍ରମିତ ମା’ଠାରୁ ତାଙ୍କ ପିଲା ପର୍ଯ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।