ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାତି

1 min read

ଭୁବନେଶ୍ବର: ଫେବ୍ରୁଆରୀରେ ଭୁବନେଶ୍ବର ତାପମାତ୍ରା ୩୭ ଡିଗ୍ରୀ ଟପିଲାଣି । ଏପ୍ରିଲ-ମେ ବେଳକୁ ଆହରୁ ବଢିବ ୩ରୁ ୪ ଡିଗ୍ରୀ । ୨୦୨୩ ଥିଲା ସବୁଠୁ ଉତ୍ତପ୍ତ ବର୍ଷ । ବୈଜ୍ଞାନିକଙ୍କ ହିସାବ ଗତବର୍ଷର ତାତି ୧ ଲକ୍ଷ ବର୍ଷର ରେକର୍ଡ଼ ଭାଙ୍ଗିଥିଲା । ଚଳିତବର୍ଷ ରୌଦ୍ର ତାପ ଏତେ ହେବ ଯେ, ବିଗତ ବର୍ଷର ସବୁ ରେକର୍ଡ଼ ଭାଙ୍ଗିବ । ଏପରି ଆକଳନ କରିଛନ୍ତି ବୈଜ୍ଞାନିକ । ଘନ କ୍ରିଂକ୍ରିଟ୍ ଜଙ୍ଗଲ, ଜୈବ ଇନ୍ଧନ ଦ୍ବାରା ଗାଡି ଚଳାଚଳ, ବୃକ୍ଷ ଲତା ଆଦିରେ ଘନ ଧୂଳି ଆସ୍ତରଣ ବାୟୁମଣ୍ଡଳରେ ଅଙ୍ଗାରମାତ୍ରା ବୃଦ୍ଧି କରିବା ସହିତ ତାପମାତ୍ରା ବୃଦ୍ଧିରେ ସହାୟକ ହେବ । ଏହାସହିତ ଏବର୍ଷ ଏଲ୍ନିନୋର ପ୍ରଭାବ ଥିବାରୁ ପବନ ଚଳାଚଳ ସେତେଟା ହେବନି । ଯାହାଯୋଗୁ ଝାଞ୍ଜି ଖରା ବହିବା ସହିତ ଅସ୍ତବ୍ୟସ୍ତ ହେବ ଜୀବନ ।