ଯେଉଁଠି ପାଦେପାଦେ ଥାଏ ମୃତ୍ୟୁ ଭଳି ବିପଦ, ବୁଲିବାକୁ ଗଲେ ମରିବା ନିଶ୍ଚିନ୍ତ…

1 min read

ଦୁନିଆର ସବୁଠୁ ଭୟଙ୍କର ଦ୍ୱୀପ । ଯେଉଁଠି ପାଦେପାଦେ ଥାଏ ମୃତ୍ୟୁ । ଏହି ଦ୍ୱୀପକୁ ବୁଲିବାକୁ ଯିବା ଅର୍ଥ ମୃତ୍ୟୁ ପାଖକୁ ଟାଣି ହୋଇଯିବା । ପର୍ଯ୍ୟଟକଙ୍କ ପାଇଁ ବ୍ୟାନ୍‌ ଏହି ଦ୍ୱୀପ । ଯଦି କେହି ଦୁଃସାହସ କରି ଏ ସ୍ଥାନକୁ ଯାଇଛନ୍ତି, ଆଉ ଫେରିନାହାନ୍ତି । ଆମ ଭାରତରେ ହିଁ ରହିଛି ଏ ଦ୍ୱୀପ । ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହର ନର୍ଥ ସେଣ୍ଟିନଲ ଆଇଲାଣ୍ଡ । ସବୁଜ ବନାନୀ ଓ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏ ଦ୍ୱୀପରେ ବାସ କରନ୍ତି ଦୁନିଆର ସବୁଠୁ ଭୟଙ୍କର ଆଦିବାସୀ ଜନଜାତି । ଆଜି ବି ଏମାନେ ପ୍ରସ୍ତର ଯ଼ୁଗର ଜୀବନଶୈଳୀ ଜିଉଁଛନ୍ତି । ବାହାର ଦୁନିଆ ବିଷୟରେ ନା ଏମାନେ ଜାଣିଛନ୍ତି ନା ଜାଣିବାକୁ ଚାହୁଁଛନ୍ତି । ପର୍ଯ୍ୟଟକଙ୍କ ପାଇଁ ବ୍ୟାନ ଏ ଦ୍ୱୀପକୁ ସରକାରୀ ଅଧିକାରୀ, ଆର୍ମି କିମ୍ବା ପୋଲିସ କେହି ବି ଯାଇ ନଥାନ୍ତି  ।

ବଙ୍ଗୋପସାଗରରେ ଅବସ୍ଥିତ ଏ ଦ୍ୱୀପ ଭାରତର ଏକ ଅଂଶ । ଐତିହାସିକଙ୍କ ମତ ଅନୁଯାୟୀ ୬୦ହଜାର ବର୍ଷ ହେଲା, ଏଠାରେ ଆଦିମ ଜନଜାତି ବାସ କରୁଛନ୍ତି । ଏ ପର୍ଯ୍ୟନ୍ତ ଜନଜାତିର ଜନସଂଖ୍ୟା ନେଇ କାହା ପାଖରେ ସଠିକ ତଥ୍ୟ ନାହିଁ । ତେବେ ଏମାନଙ୍କ ସଂଖ୍ୟା ୧୦୦ରୁ ୨୦୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ବାହାର ଲୋକଙ୍କ ଉପସ୍ଥିତିରେ ହିଂସ୍ର ହୋଇପଡୁଥିବା ଏ ଜନଜାତି କେଉଁ ଭାଷା  ବ୍ୟବହାର କରନ୍ତି, ଏମାନଙ୍କ ଜୀବନଶୈଳୀ କିପରି, ସେ ନେଇ ବି କିଛି ତଥ୍ୟ ନାହିଁ । ସୁନାମିର କରାଳ ରୂପ ଦେଖିଥିବା ଏ ଜନଜାତିଙ୍କ ସହ ଯୋଗାଯୋଗ ପାଇଁ ସେ ସମୟରେ ପ୍ରୟାସ କରିଥିଲା ତଟରକ୍ଷୀ ବାହିନୀ । ମାତ୍ର ଏମାନେ ହେଲିକପ୍ଟରକୁ ଆକ୍ରମଣ କରିବା ଯୋଗୁଁ ଅପରେସନ ଅଧାରେ ବନ୍ଦ କରାଯାଇଥିଲା ।

 

ନର୍ଥ ସେଣ୍ଟିନଲ ଦ୍ୱୀପର ଜନଜାତି ଏବେ ବି ପ୍ରସ୍ତର ଯ଼ୁଗରେ ବଞ୍ଚିଛନ୍ତି । ଏଯାଏଁ ଏମାନଙ୍କ ମଧ୍ୟରେ ସହନଶୀଳତା ଏବଂ ବାହାର ଦୁନିଆ ସହ ସଂପର୍କ ସ୍ଥାପନ ଭଳି ସ୍ୱଭାବ ବିକଶିତ ହୋଇପାରିନି । ଭାରତ ସରକାର ମଧ୍ୟ ବହୁଥର ଏମାନଙ୍କ ସହ ସଂପର୍କ ସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି । ମାତ୍ର ଆକ୍ରାମକ ପ୍ରବୃତ୍ତି ଯୋଗୁଁ ଏମାନଙ୍କ ଜୀବନରେ ସରକାର ଆଉ ଦଖଲ ଦେଉନାହାନ୍ତି ।

 

ନିକଟରେ ଜଣେ ଆମେରିକୀୟ ଯୁବକ ବିନା ଅନୁମତିରେ ଏହି ଦ୍ୱୀପ ଭିତରକୁ ଯାଇଥିଲେ । ସାଙ୍ଗ ମାନଙ୍କ ବାରଣ ସତ୍ତ୍ୱେ ସେ ଜଙ୍ଗଲ ପାଖକୁ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଠି ଥିବା ଅଦିବାସୀ ମାନେ ତାଙ୍କୁ ମାରି ପୋତି ଦେଇଥିଲେ । ଯୁବକଙ୍କୁ ପୋତି ଦେବାର ଦୃଶ୍ୟ ଖୋଦ ତାଙ୍କ ସାଙ୍କ ମାନେ ଦେଖିଥିବା କହିଛନ୍ତି ।

')}

Leave a Reply