୧୯୪୭ରେ ଧୀରଜଙ୍କ ବାପା ସରକାରଙ୍କୁ ଦାନ କରିଥିଲେ ୪୭ ଲକ୍ଷ ଓ ୪୭ କିଲୋଗ୍ରାମ ସୁନା

ଭୁବନେଶ୍ବର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଘରୁ ଜବତ ହେଲାଣି ୩୫୦ କୋଟି ନଗଦ ଟଙ୍କା । ପୂର୍ବତନ ସ୍ବେଚ୍ଛାସେବୀ ରାୟସାହେବ ବାଲଦେବ ସାହୁ ଓ ସୁଶୀଳା ଦେବୀଙ୍କ ପୁଅ ଧୀରଜ ସାହୁଙ୍କୁ ନେଇ ଏବେ ଚର୍ଚ୍ଚା । ୧୯୪୭ ଭାରତ ସ୍ବାଧୀନତା ସମୟରେ ବାଲଦେବ ସାହୁ ୪୭ ଲକ୍ଷ ଓ ୪୭ କିଲୋଗ୍ରାମ ସୁନା ଭାରତ ସରକାରଙ୍କୁ ଦାନ କରିଥିଲେ । ବହୁ କାରର ମାଲିକ ବି ଧୀରଜ । ବଡ଼ କଥା ହେଲା ତାଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା କୌଣସି ଅପରାଧିକ ରେକର୍ଡ ମିଳିନାହିଁ ।

କୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଏତେବଡ଼ ପରିମାଣର ନଗଦ କଳାଧନ ଜବତ କରିବା ଭିତରେ ଏହା ବୋଧହୁଏ ସବୁଠୁ ବଡ଼ ଘଟଣା । ତେବେ  କିଏ ଏହି ଧୀରଜ ସାହୁ ?

ପୂର୍ବତନ ସ୍ବେଚ୍ଛାସେବୀ ରାୟସାହେବ ବାଲଦେବ ସାହୁ ଓ ଶୁଶିଳା ଦେବୀଙ୍କ ପୁଅ ଧିରଜ ସାହୁ । ତାଙ୍କର ଥିଲା ଆଧିପତ୍ୟ  । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିର୍ବାଚନ କ୍ୟାମ୍ପେନ ସମୟରେ ତାଙ୍କରି ଘରେ ରହୁଥିଲେ । ପରିବାରର ସେଣ୍ଟ୍ରାଲ ହାଉସ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦଙ୍କ ନାଁରେ ରେଜିଷ୍ଟର ଥିଲା ।

୧୯୪୭ ଭାରତ ସ୍ବାଧୀନତା ସମୟରେ ବାଲଦେବ ସାହୁ ୪୭ ଲକ୍ଷ ଓ ୪୭ କିଲୋଗ୍ରାମ ସୁନା ଭାରତ ସରକାରଙ୍କୁ ଦାନ କରିଥିଲେ । ୧୯୭୮ରେ ଜେଲ ଭରୋ ଆନ୍ଦୋଳନରେ ସାମିଲ ହୋଇଥିଲେ ଧୀରଜ । ରାଞ୍ଚିର ମାରଓ୍ବାଡ଼ି କଲେଜରୁ ବିଏ ପାସ ପରେ ୧୯୭୭ରେ ରାଜନୀତିରେ ପାଦ ଦେଇଥିଲେ ଧିରଜ । ଝାରଖଣ୍ଡରୁ କଂଗ୍ରେସ ଟିକେଟରେ ୨୦୦୯ ଓ ୨୦୧୦ରେ ନିର୍ବାଚିତ ହୋଇଥିଲେ । ସାହୁ ପରିବାର ସବୁବେଳେ କଂଗ୍ରେସ ସମର୍ଥନରେ ଦଳରେ ନିଜର ସହଯୋଗ ଦେଇ ଆସିଛନ୍ତି । ରାଜନୈତିକ ଓ ଅର୍ଥନୈତିକ କାରବାରରେ କଂଗ୍ରେସ ପ୍ରତି ତାଙ୍କର ଅବଦାନ ରହିଛି ।

ତାଙ୍କ ବାସଭବନକୁ ଅନେକ ସମୟରେ ଫିଲ୍ମ ଷ୍ଟାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଯାତାୟାତ ରହିଛି । ମଦ ବ୍ୟବସାୟ ହେଉଛି ଏହି ପରିବାରର ପ୍ରମୁଖ ବ୍ୟବସାୟ । ଯାହାର ଅଧିକାଂଶ କମ୍ପାନୀ ଓଡ଼ିଶାରେ ରହିଛି । ପରିବାରର ସମସ୍ତ ସଦସ୍ୟ ଏହି ବ୍ୟବସାୟରେ ନିଜର ଭୂମିକା ତୁଲାଇଥାନ୍ତି । ତାଙ୍କ ସମ୍ପତ୍ତି ୩୪ କୋଟିରୁ ଅଧିକ  । ୨୦.୪ କୋଟି ଅସ୍ଥାବର ସମ୍ପତି ଥିବାବେଳେ ୧୪.୪୩ ସ୍ଥାବର ସମ୍ପତ୍ତି ରହିଛି । ସେଥିରେ ରହିଛି ଜମି ଓ ଜାଗା । ତାଙ୍କର ବାର୍ଷିକ ଆୟ ଏକ କୋଟି ଟଙ୍କାରୁ ଅଧିକ । ବିଦେଶୀ କମ୍ପାନୀର ଏକାଧିକ ଦାମିକିଆ କାର ମଧ୍ୟ ତାଙ୍କ ଘରେ ଦେଖିବାକୁ ମିଳେ । ତା ଭିତରେ ରହିଛି ରେଞ୍ଜରୋଭର, ବିଏମଡବ୍ୟୁ, ଫର୍ଚ୍ୟୁନର ଅନ୍ୟତମ । ସବୁଠୁ ବଡ଼ କଥା ହେଲା ତାଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା କୌଣସି ଅପରାଧିକ ରେକର୍ଡ ମିଳିନାହିଁ ।