୧୯୭୧: ଏମିତି ଗୋଟିଏ ବର୍ଷ ଯାହା ପାକିସ୍ତାନର ଭ୍ରମ ଭାଙ୍ଗିଥିଲା,ଭାରତୀୟଙ୍କ ମଧ୍ୟରେ ଭରିଥିଲା ଆତ୍ମବିଶ୍ୱାସ

ନୂଆଦିଲ୍ଲୀ:  ପ୍ରତ୍ୟେକ ଦେଶର ଇତିହାସରେ ଏଭଳି କିଛି ଘଟଣା ରହିଥାଏ, ଯାହା ଖୁବ ଗୁରୁତ୍ୱପୂର୍ଣ୍ଣ । ଏଭଳି ଏକ ମୁହୂର୍ତ୍ତ ଯାହା ରାଷ୍ଟ୍ର ପ୍ରତି ସମ୍ମାନ ଅଧିକ ବଢାଇଦିଏ, ସେଥିରେ ସାମ୍ନାକୁ ଆସିଥିବା ଏକତା ପ୍ରତି ଦେଶବାସୀଙ୍କୁ ଗର୍ବିତ କରେ । ୧୬ ଡିସେମ୍ବର ୧୯୭୧ ଭାରତର ଆଧୁନିକ ଇତିହାସରେ ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତର ସଶସ୍ତ୍ର ବାହିନୀ ଭାରତର ମସ୍ତକ ଉଚ୍ଚା କରିଥିଲେ, ଆଉ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବିତ ହୋଇ ଉଠିଲା । ଲୋକସଭାରେ ଇନ୍ଦିରା ଗାନ୍ଧୀଙ୍କୁ ପେପର ଫିଙ୍ଗି ଶୁଭେଚ୍ଛା ଜଣାଗଲା । ବିଜୟର ନାଦରେ ଲୋକସଭା କମ୍ପି ଉଠିଲା । ଏହି ଯୁଦ୍ଧ ଏକ ନୂତନ ରାଷ୍ଟ୍ର ସୃଷ୍ଟି କରିଥିଲା । ପ୍ରମାଣ କରିଥିଲାଯେ, ଆମ ସେନାବାହିନୀ କୌଣସି କାମରେ କମ୍‌ ନୁହଁନ୍ତି । ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଭବିଷ୍ୟତରେ ପ୍ରଭାବ ବୃଦ୍ଧି ପାଇଁ ନିଜକୁ ସୁରକ୍ଷିତ କରି ରଖି ପାରିଥିଲା । ତେଣୁ ପ୍ରତିବର୍ଷ ସେହି ଦିନରେ ଭାରତ ପାଳନ କରେ ବିଜୟ ଦିବସ ।

ତାହା ଥିଲା ଏଭଳି ଏକ ଦିନ ଯାହାକୁ ହୁଏତ କେହି ଭୁଲି ପାରିବେନି । ତାହା ଥିଲା ସ୍ୱାଧୀନ ଭାରତର ବିଜୟ । ଦେଶବସୀ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ, ଯାହା ଏକ କାଳଜୟୀ ଇତିହାସ ହୋଇ ରହିଯାଇଛି । ଏହି ବିଜୟର ଗାଥା ଯିଏ ଶୁଣିବ ତା ଉପରେ ଏକ ଭିନ୍ନ ପ୍ରକାରର ପ୍ରଭାବ ପଡ଼ିବ । ପୁଣିଥରେ ଏକ ପ୍ରତୀକାତ୍ମକ ବିଜୟ ଏବଂ ସଶସ୍ତ୍ର ବାହିନୀକୁ ପରାସ୍ତ କରିବାକୁ ଭାବିବା ପୂର୍ବରୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହେବେ ବିରୋଧୀ ।
ସବୁଠାରୁ ଖାସ କଥା ହେଉଛି ସଶସ୍ତ୍ର ବାହିନୀ ଠାରୁ ମିଳିଥିବା ଶିକ୍ଷା । ଜାତୀୟ ବିଜୟ ସ୍ଥିତିକୁ ନଜରରେ ରଖି ବିଜୟ ଦୀପକୁ ଅଧିକ ଉପଯୁକ୍ତ ଭାବରେ ବ୍ୟବହାର କରିବା ଉଚିତ୍‌। ବିଭିନ୍ନ ସ୍ତରରେ ଏବଂ ସୁରକ୍ଷା ଶବ୍ଦର ବିଭିନ୍ନ ବୁଝାମଣା ସହିତ ।

Leave a Reply