spot_img

Latest Posts

କାଲିଠାରୁ ଦୁଲୁକିବ କଟକ ମହାନଦୀ ପଠା: ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

ସଜେଇ ହେଲାଣି କଟକ ମହାନଦୀ ପଠା । ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ୮ ଦିନ ଧରି ଚାଲିବ ବିପଣୀ । ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଝଟକୁଛି ନୌକା ଗେଟ । ଷ୍ଟଲ ସଜାଇବାରେ ବ୍ୟସ୍ତ ବ୍ୟବସାୟୀ । ଲାଗି ଗଲାଣି ଦୋଳି ଓ ଓରମାସ ଷ୍ଟଲ ନେବାକୁ ବ୍ୟବସାୟୀଙ୍କ ଲମ୍ବା ଧାଡି । ବୁଧବାର ସଂଧ୍ଯାରେ ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସକାଳୁ ୨୦ ହଜାର ଶାଳ ପତ୍ରରେ ତିଆରି ଡ଼ଙ୍ଗା ମହାନଦୀ ଗର୍ଭରେ ଭସାଇବେ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ନଭେମ୍ବର ୫ ତାରିଖରୁ ୮ ଦିନ ଧରି ମହାନଦୀର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚାଲିବ ବିପଣନ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ୮ ଦିନ ଧରି ରଙ୍ଗାରଙ୍ଗ ମ୍ୟୁଜିକାଲ ନାଇଟ ରାତି ୧୧ ଟା ଯାଏ ଆୟୋଜିତ ହେବ । ସେପଟେ ଉପର ବାଲିଯାତ୍ରା ପଡିଆକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ ଜାରି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚତୁରତାର ସହ ଉପର ପଡ଼ିଆରେ ଯାତ୍ରା ଆୟୋଜନ ବନ୍ଦ କରି ଲୋକଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ଅଭିଯୋଗ ହୋଇଛି । ତେବେ ଉପର ପଡ଼ିଆରେ ଉଠା ଦୋକାନୀଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଦହିବରା ଜୋନ ଓ ପିଲାଙ୍କ ମନୋରଞ୍ଜନ ପାଇଁ ପ୍ଲେ ଜୋନର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସକାଳୁ ଡଙ୍ଗା ଭସାଣ ପରେ ମହାନଦୀ ଆଳତୀ କରାଯାଇ ସଂଧ୍ଯାରେ ବାଲିଯାତ୍ରାର ଉଦଘାଟନ ଉତ୍ସବ ଆୟୋଜିତ ହେବ ।

Latest Posts

Don't Miss