ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଗଲେ ମହାମହିମ

1 min read

ଭୁବନେଶ୍ୱର : ପାରାଦ୍ୱୀପରେ ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାରାଦ୍ୱୀପରେ ଆୟୋଜିତ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ  । ଏହାକୁ ଉଦଘାଟନ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସକାଳ ୯.୪୫ ସମୟରେ ଗୋପବନ୍ଧୁ ଷ୍ଟାଡିଅମରେ ମହାମହିମ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ କାର୍କେଡରେ ବନ୍ଦର ମଧ୍ୟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଖି ଗାଡ଼ିରୁ ଓହ୍ଲାଇ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପିଆଲାମାନଙ୍କ ସହିତ ହାତ ମିଳାଇବା ସହ ଚକୋଲେଟ ଦେଇଥିଲେ ରାଷ୍ଟ୍ରପତି l ପରେ ବନ୍ଦର ମଧ୍ୟରେ ବୋଇତବନ୍ଦାଣ ଉତ୍ସବକୁ ଉଦଘାଟନ କରିବା ସହିତ ହୋମଯଜ୍ଞରେ ଆହୁତି ପ୍ରଦାନ କରିବା ପରେ ପତାକା ହଲାଇ ସାଧବ ପୁଅମାନଙ୍କୁ ବିଦାୟ ଦେଇଥିଲେ l ଏହାସହ ପାରାଦୀପରେ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ, ନ୍ୟୁ ରିଜର୍ଭର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଟ୍ରାଫିକ ନିୟନ୍ତ୍ରଣ ସିଷ୍ଟମ ପ୍ରକଳ୍ପକୁ ବି ଉଦଘାଟନ କରିଥିଲେ।President Droupadi Murmu Graces Boita Bandana Ceremony At Paradip -  Pragativadi

ବନ୍ଦର ମଧ୍ୟରେ ବୋଇତବନ୍ଦାଣ ଉତ୍ସବ ସାରି ନେହରୁ ବଙ୍ଗଳାରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମକୁ ଯିବା ସମୟରେ ଥାନା ଛକଠାରେ ଗାଡିରୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ ମିଶିଥିଲେ ରାଷ୍ଟ୍ରପତି । ସକାଳୁ ଅପେକ୍ଷା କରିଥିବା ହଜାର ହଜାର ସଂଖ୍ୟାରେ ଜନସାଧାରଣ ରାଷ୍ଟ୍ରପତିଙ୍କୁ ପାଖରେ ଦେଖି ଉତ୍ସାହିତ ହୋଇପଡିଥିଲେ  । ନେହରୁ ବଙ୍ଗଳା ଗେଷ୍ଟ ହାଉସରେ ରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନ ୩ଟା ୪୫ରେ ଗୋପବନ୍ଧୁ ଷ୍ଟାଡିୟମରେ ପହଞ୍ଚି ହେଲିକପ୍ଟର ଯୋଗେ ଭୁବନେଶ୍ବର ଆସି ଦିଲ୍ଲୀ ଫେରି ଯାଇଛନ୍ତି ରାଷ୍ଟ୍ରପତି ।