୧୪ ଗେଟ୍ ଦେଇ ହୀରାକୁଦରୁ ଛଡା ଯାଉଛି ବନ୍ୟା ଜଳ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ । ଏବେ ମୋଟ୍ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଇଛି । ପୂର୍ବରୁ ୨୪ଟି ଗେଟ୍ ଦେଇ ପାଣି ଛଡ଼ା ଯାଉଥିଲା । ୧୦ଟି ଗେଟ୍ ବନ୍ଦ ହେବା ପରେ ଏବେ ୧୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ବାମପଟରେ ୮ ଓ ଡାହାଣ ପଟରେ ୬ଟି ଗେଟ୍ ଖୋଲା ଅଛି ।
ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮ ଦଶମିକ ୨୯ ଫୁଟ୍ ଥିବାବେଳେ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୪୫ ହଜାର ୮୬୬ ଘନଫୁଟ ଜଳ । ୧୪ଟି ଗେଟ୍ ଦେଇ ୨ ଲକ୍ଷ ୬୪ ହଜାର ୨୦୧ ଘନଫୁଟ ଜଳ ନିଷ୍କାସିତ ହେଉଛି ।…