କଟକ ମୁଣ୍ଡଳି ଛୁଇଁଲା ହୀରାକୁଦ ବନ୍ୟାଜଳ, ପ୍ରବାହିତ ହେବ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ପାଣି

ଭୁବନେଶ୍ୱର: କଟକ ମୁଣ୍ଡଳିରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ଫଳରେ ମୁଣ୍ଡଳିରେ ବଢ଼ିବାରେ ଲାଗିଛି ଜଳସ୍ତର । ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୯୫ଫୁଟ ରହିଛି । ଏଠାରେ ୯ ଲକ୍ଷ ୮୭ ହଜାର ୯୧୮ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ସକା ୭ରୁ  ୩ ଘଣ୍ଟା ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଧିରେ ଧିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଳଇ ସୂଚନା ରହିଛି ।

ସେହିପରି ନରାଜଠାରେ କାଠଯୋଡ଼ି ଜଳସ୍ତର ବିପଦ ସଂକେତ ନିକଟତର ରହିଛି । ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ  ଜଳସ୍ତର ୨୬.୦୫ ମିଟର ରହିଛି । କାଠଯୋଡ଼ି ନଦୀରେ ବର୍ତ୍ତମାନ ୪ ଲକ୍ଷ ୯୩ ହଜାର ୫୫୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।  ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କମୁଥିବାରୁ ସ୍ଥିତି ସୁଧୁରିବା ନେଇ ଆଶା କରାଯାଉଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହା ପ୍ରଭାବରେ ତଳିଆ ଅଞ୍ଚଳରେ ରହିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ । କିନ୍ତୁ ଲୋକେ ନିଜ ଘର ଛାଡ଼ି ଆସିବା ପାଇଁ ନାରାଜ  । କିନ୍ତୁ ପ୍ରଶାସନ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି ।

Leave a Reply