ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି: ଆଗକୁ ସ୍ଥିତି ଭୟଙ୍କର ହୋଇପାରେ

ହୀରାକୁଦ ଜଳଭଣ୍ଡାରକୁ କ୍ରମାଗତ ଭାବେ ଜଳ ପ୍ରବେଶର ମାତ୍ରା କମିଥିବା ବେଳେ ଦେଖୁ ଦେଖୁ ୬୧୫ ଫୁଟକୁ ଖସି ଆସିଲାଣି ଜଳସ୍ତର  । ଗତବର୍ଷ ତୁଳନାରେ ଜଳ ଭଣ୍ଡାରର ଜଳସ୍ତର ପାଖାପାଖି ୩ ଫୁଟ୍ କମିଥିବାବେଳେ ୬୧୫ଦଶମିକ ୩୧ ଫୁଟ୍ ରେ ପହଞ୍ଚିଛି ଜଳସ୍ତର  । ଗତବର୍ଷ ଏହି ସମୟରେ ୬୧୭ ଦଶମିକ ୭୩ ଫୁଟ୍ ପାଣି ଥିବା ବେଳେ ଚଳିତ ବର୍ଷର ଜଳ ସ୍ତରର ଦେଖି ଚିନ୍ତାରେ ପଡିଲେଣି ମହାନଦୀକୁ ଭରସା କରୁଥିବା ଲୋକେ । କାରଣ ଯଦି ଏପ୍ରିଲ ଆରମ୍ଭରୁ ଏଭଳି ସ୍ଥିତି ତା ହେଲେ ଆଗକୁ ସ୍ଥିତି କେତେ ଭୟଙ୍କର ହେବ ତାହା ସ୍ପଷ୍ଟ ଅନୁମେୟ।